ବାଲେଶ୍ଵର: ଜିଲ୍ଲାର ବସ୍ତା ବ୍ଲକ ପାଉଁଶକୁଲି ଆରଏନ ହାଇସ୍କୁଲର ମାଟ୍ରିକ ପରୀକ୍ଷା ସେଣ୍ଟରରେ ଜଣେ ନକଲି ପରୀକ୍ଷାର୍ଥୀଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, କରୁଆଁ ଏମଏସଏନ ବିଦ୍ୟାପୀଠର ଜଣେ ଛାତ୍ର ପାଉଁଶକୁଲି ଆରଏନ ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଦେଉଥିଲେ।
ଛାତ୍ରଙ୍କ ଦସ୍ତଖତ ନେବାବେଳେ ଛାତ୍ର ଜଣଙ୍କ ଅନ୍ୟଏକ ନାମରେ ଦସ୍ତଖତ କରିଥିଲେ। ଏମିତିକି ଆଡମିଟ କାର୍ଡ ଓ ଛାତ୍ରଙ୍କ ପରିଚୟ ମଧ୍ୟ ଅଲଗା ରହିଥିଲା। ଏହାକୁ ନେଇ ସନ୍ଦେହ ଉପୁଜିବାରୁ ପରୀକ୍ଷା ସୁପରିଟେଣ୍ଡେଣ୍ଟ ମନୋଜ କୁମାର ସାମଲ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ।