ବାଲେଶ୍ବର: କୋଭିଡ ମହାମାରୀର ମହାଯୁଦ୍ଧରେ ସାମିଲ ହେଉଛନ୍ତି ଅନେକ ବ୍ୟକ୍ତି ବିଶେଷ ଓ ସଂଗଠନ। କିନ୍ତୁ ଏମିତି ଜଣେ ବ୍ୟକ୍ତିତ୍ବ, ଯିଏକି ମହାମାରୀର ମହାସଂକଟ ବେଳେ ନିଜର ସର୍ବସ୍ବ ଦାନ କରି ଦେଖାଇଛନ୍ତି ମହାନତା। ବାଲେଶ୍ଵର ଗୋପାଳଗାଁର ବଳରାମ ବେହେରା।
ସେ ବାଲେଶ୍ଵର ମହିଳା କଲେଜରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ଅବସର ଗ୍ରହଣ କରିଥିଲେ । ଅବସର ପରଠୁ ସେ ସମାଜସେବାରେ ନିଜକୁ ନିୟୋଜିତ କରି ଆସୁଛନ୍ତି। ‘ଗଛ ମଣିଷ’ ଭାବେ ଜଣାଶୁଣା ବଳରାମ ବର୍ଷ ତମାମ ସହରର ବିଭିନ୍ନ ସ୍ଥାନରେ ଗଛ ଲଗାନ୍ତି। ତେବେ କୋଭିଡ଼ରେ ଆକ୍ରାନ୍ତ ହେଉଥିବା ଅଧିକାଂଶ ରୋଗୀ ଅମ୍ଳଜାନ ଅଭାବରୁ ମୃତ୍ୟୁବରଣ କରୁଥିବା ଜାଣିବା ପରେ ବଳରାମ ସହାୟତାର ହାତ ବଢ଼ାଇବା ପାଇଁ ମନସ୍ଥ କରିଥିଲେ। ନିଜର ସଞ୍ଚୟ ଅର୍ଥରୁ ୫୨ ହଜାର ଟଙ୍କା ବ୍ୟୟରେ ବ୍ୟକ୍ତିଗତ ଭାବେ ଏକ କନସନଟ୍ରେଟର କିଣି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଉପସ୍ଥିତିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଦୁଲାଇସେନ ଜଗଦେବଙ୍କୁ ପ୍ରଦାନ କରିଛନ୍ତି।