ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ କୋରୁଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ 4 ବର୍ଷର ଶିଶୁ କନ୍ୟାକୁ ସେହି ଗ୍ରାମର ଜଣେ 35 ବର୍ଷର ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ସିଂଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଶିଶୁକନ୍ୟାର ଜେଜେବାପା ।
ବାଲେଶ୍ବରରେ 4ବର୍ଷ ଶିଶୁକୁ ଦୁଷ୍କର୍ମ ଅଭିଯୋଗ - ବାଲେଶ୍ବର ଜିଲ୍ଲା ସିଂଲା ଥାନା
ଦିନକୁ ଦିନ ମହାମାରୀ ପରି ରାଜ୍ୟରେ ନିଷ୍ପାପ ଶିଶୁଙ୍କ ପ୍ରତି ବଢୁଛି ଦୁଷ୍କର୍ମ । ଆଜି ପୁଣି ଜଣେ ନାବାଳିକାଙ୍କୁ ହୋଇଛି ଦୁଷ୍କର୍ମ ଅଭିଯୋଗ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ତେବେ ଏସମ୍ପର୍କରେ ସିଂଲା ଥାନାଧିକାରୀ ସୁବ୍ରତ କୁମାର ବେହେରାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ