ଓଡିଶା

odisha

ETV Bharat / state

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କୋଭିଡ ଆକ୍ରାନ୍ତ, AIIMSରେ ଭର୍ତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ କୋଭିଡ ଆକ୍ରାନ୍ତ । ନମୁନା ପଜିଟିଭି ଆସିବା ପରେ ବାଲେଶ୍ବର AIIMSକୁ ହେଲେ ସ୍ଥାନାନ୍ତରିତ। ଅଧିକ ପଢନ୍ତୁ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କୋଭିଡ ଆକ୍ରାନ୍ତ, AIIMSରେ ଭର୍ତ୍ତି
ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କୋଭିଡ ଆକ୍ରାନ୍ତ, AIIMSରେ ଭର୍ତ୍ତି

By

Published : Oct 3, 2021, 5:53 PM IST

Updated : Oct 3, 2021, 9:12 PM IST

ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ କୋଭିଡରେ ଆକ୍ରାନ୍ତ । ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ AIIMSରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସୁଦ୍ଧା ସ୍ଥିର ଥିବା ମଧ୍ୟ ସୂଚନା ରହିଛି । ଏନେଇ ନିଜେ ପ୍ରତାପ ଟ୍ବିଟ କରି ସୂଚନା ଦେଇଛନ୍ତି । ଏହା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଟେଷ୍ଟ କରାଇବା ପାଇଁ ପରାମର୍ଶ ଦେଇଛନ୍ତି ପ୍ରତାପ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କୋଭିଡ ଆକ୍ରାନ୍ତ, AIIMSରେ ଭର୍ତ୍ତି

ପ୍ରତାପ ଦୀର୍ଘଦିନ ହେଲା ଥଣ୍ଡାଜ୍ବରରେ ପୀଡିତ ଥିଲେ । ପରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ସ୍ବାବ ନମୂନା ପରୀକ୍ଷା କରାଯାଇଥିଲା । ଆଜି ତାଙ୍କ ନମୂନା ପରୀକ୍ଷାରୁ ସେ ସଂକ୍ରମିତ ଥିବା ବାଲେଶ୍ଵର ଚିକିତ୍ସାଧିକାରୀ ଜଣାଇଥିଲେ । ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ AIIMS ସ୍ଥାନାନ୍ତର କରାଯାଇଛି ।

ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କୋଭିଡ ସଂକ୍ରମିତ ହେବା ଘଟଣାରେ ତାଙ୍କର ଆଶୁଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଥିବା ନେଇ ମୁଖ୍ୟମନ୍ତ୍ରୀ ଟ୍ବିଟ କରିଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Oct 3, 2021, 9:12 PM IST

ABOUT THE AUTHOR

...view details