ଓଡିଶା

odisha

ETV Bharat / state

ବଜ୍ରାଘାତରେ ପୂର୍ବତନ ଆରଆଇଙ୍କ ମୃତ୍ୟୁ - ମାଣିଖମ୍ବ

ବଜ୍ରଘାତରେ ମାଣିଖମ୍ବ ଅଞ୍ଚଳର ପୂର୍ବତନ ଆରଆଇଙ୍କ ମୃତ୍ୟୁ । ସେ ନିଜ ମାଛ ଫାର୍ମକୁ ବୁଲିବାକୁ ଯାଇଥିବା ବେଳେ ବଜ୍ରଘାତର ଶିକାର ହୋଇଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Aug 16, 2019, 7:31 PM IST

ବାଲେଶ୍ବର: ପୁଣି ବଜ୍ରାଘାତ ନେଲା ଜୀବନ । ବଜ୍ରାଘାତରେ ମାଣିଖମ୍ବ ଅଞ୍ଚଳର ପୂର୍ବତନ ଆରଆଇ ପଞ୍ଚାନନ ରଣାଙ୍କ ମୃତ୍ୟୁ ଘଟିଛି । ସେ ନିଜ ମାଛ ଫାର୍ମକୁ ବୁଲିବାକୁ ଯାଇଥିବା ବେଳେ ବଜ୍ରଘାତର ଶିକାର ହୋଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁଯାୟୀ, ମୃତ ପଞ୍ଚାନନ ଶୁକ୍ରବାର ବର୍ଷା ହେଉଥିବା ସମୟରେ ନିଜ ଫାର୍ମକୁ ବୁଲିବାକୁ ଯାଇଥିଲେ । ଏତିକି ବେଳେ ବଜ୍ରପାତ ହୋଇଥିଲା । ଫଳରେ ଗୁରୁତର ଅବସ୍ଥାରେ ପଞ୍ଚାନନଙ୍କୁ ବାଲେଶ୍ବର ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details