ବାଲେଶ୍ବର: ବେଆଇନ କରତ କଳ ସିଲ କଲା ବନବିଭାଗ । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅଧିନ ଲଙ୍ଗଳେଶ୍ବର ଗ୍ରାମରେ ଥିବା ଏକ ବେଆଇନ କରତ କଳ ଉପରେ ବନବିଭାଗ ଚଢ଼ାଉ କରିଛି।
ଜିଲ୍ଲା ବନଖଣ୍ତ ଅଧିକାରୀ ବିଶ୍ବରାଜ ପଣ୍ତାଙ୍କ ନିର୍ଦ୍ଦେଶ କ୍ରମେ ଚାନ୍ଦିପୁର ଫରେଷ୍ଟ ରେଞ୍ଜ ଅଫିସର ସୁକୁମାର ଦାସଙ୍କ ନେତୃତ୍ବରେ ବେଆଇନ କରତ କଳ ଉପରେ ଚଢାଉ କରାଯାଇଥିଲା।