ଓଡିଶା

odisha

ETV Bharat / state

ବାଡିରେ ବୁଲୁଥିଲା ହରିଣ ଛୁଆ, ଉଦ୍ଧାର କଲା ବନବିଭାଗ

ବାଡ଼ି ଭିତରୁ ହରିଣ ଛୁଆକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଲା ବନବିଭାଗ । ଅଧିକ ପଢନ୍ତୁ...

ହରିଣ ଛୁଆକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଲା ବନବିଭାଗ
ହରିଣ ଛୁଆକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଲା ବନବିଭାଗ

By

Published : May 18, 2021, 11:13 AM IST

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ରଟିଣା ଗ୍ରାମର ବାବାଜୀ ମହାନ୍ତିଙ୍କ ବାଡ଼ିରୁ ଏକ ହରିଣ ଛୁଆ ଉଦ୍ଧାର କରାଯାଇଛି। ହରିଣ ଛୁଆଟି ବାଡ଼ି ଭିତରେ ବୁଲୁଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ ।

ହରିଣ ଛୁଆକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଲା ବନବିଭାଗ

ଏନେଇ ବାବାଜୀ କୁପାରି ବନବିଭାଗକୁ ଖବର ଦେବାପରେ ବନବିଭାଗ ପହଞ୍ଚି ହରିଣ ଛୁଆକୁ ଉଦ୍ଧାର କରି କୁଲଢ଼ିଆ ଜଙ୍ଗଲରେ ଛାଡିଥିବା ନେଇ ସୂଚନା ମିଳିଛି । ହରିଣ ଛୁଆଟି ଶାରୀସୁଆ ପାହାଡ଼ କିମ୍ବା ହଦଗଡ଼ ଡ୍ୟାମକୁ ପାଣି ପିଇବାକୁ ଆସିଥିବା ନେଇ ବନ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ହରିଣଟି ଦୁଇ ବର୍ଷ ବୟସର ହୋଇଥିବା ବନବିଭାଗ ଅନୁମାନ କରିଛି ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details