ଓଡିଶା

odisha

By

Published : Nov 26, 2019, 8:18 PM IST

ETV Bharat / state

ପୁଣି ଆନ୍ଦୋଳନରେ ଫକୀର ମୋହନ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ

ବିଏଏଡ଼ ଓ ଏମଏଡ଼ ଛାତ୍ରଛାତ୍ରୀ ଶିକ୍ଷକ ପ୍ରବେଶିକା ପରୀକ୍ଷା ଦେଇପାରୁ ନାହାନ୍ତି । ଉଚ୍ଚଶିକ୍ଷା ପରେ ଏମିତି ହଟହଟା ପାଇଁ ଛାତ୍ରଛାତ୍ରୀମାନେ ମାନସିକ ଅଶାନ୍ତିରେ ରହୁଥିବା ଅଭିଯୋଗ କରିଛନ୍ତି ।

ବିଏଏଡ଼ ଓ ଏମଏଡ଼ ଛାତ୍ରଛାତ୍ରୀ
ପୁଣି ଆନ୍ଦୋଳନରେ ଫକୀର ମୋହନ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ

ବାଲେଶ୍ଵର: ଫକୀର ମୋହନ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପୂର୍ବରୁ ସେମାନଙ୍କୁ ଜିଲ୍ଲାପାଳ ଦେଇଥିବା ପ୍ରତିଶୃତି ପାଳନ ହୋଇ ନଥିବାରୁ ସେମାନେ ମଙ୍ଗଳବାର ଜିଲ୍ଲାପାଳ ଅଫିସ ଆଗରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା ।

ପୁଣି ଆନ୍ଦୋଳନରେ ଫକୀର ମୋହନ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ

ବିଏଏଡ଼ ଓ ଏମଏଡ଼ ଛାତ୍ରଛାତ୍ରୀମାନେ ଶିକ୍ଷକ ପ୍ରବେଶିକା ପରୀକ୍ଷା ଦେଇପାରୁ ନାହାନ୍ତି । ଉଚ୍ଚଶିକ୍ଷା ପରେ ଏମିତି ହଟହଟା ପାଇଁ ଛାତ୍ରଛାତ୍ରୀମାନେ ମାନସିକ ଅଶାନ୍ତିରେ ରହୁଥିବା ଅଭିଯୋଗ କରିଛନ୍ତି । ଛାତ୍ରଛାତ୍ରୀ ଏହି ଅସୁବିଧା ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ, ବିଭାଗୀୟ ମନ୍ତ୍ରୀ, ସଚ୍ଚିବଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ହୋଇନଥିବା ଅଭିଯୋଗ ହୋଇଛି ।

ଦାବି ପୂରଣ ପାଇଁ ଗତ 5 ତାରିଖ ସେମାନଙ୍କୁ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ । ମାତ୍ର ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଆନ୍ଦୋଳନ କରାଯାଇଥିବା କହିଛନ୍ତି ଛାତ୍ରଛାତ୍ରୀ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details