ଓଡିଶା

odisha

ETV Bharat / state

ଶିକ୍ଷକ ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପଦଯାତ୍ରା - fm university bed student rally

ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକ ପ୍ରବେଶିକା ପରୀକ୍ଷା ଦେଇପାରୁ ନାହାଁନ୍ତି। ଉଚ୍ଚଶିକ୍ଷା ପରେ ଏମିତି ହଟହଟା ହେଉଥିବାବେଳେ ପ୍ରମୁଖ ଦାବି ନେଇ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ।

ଛାତ୍ରଛାତ୍ରୀଙ୍କ ପଦଯାତ୍ରା

By

Published : Nov 5, 2019, 2:34 PM IST

ବାଲେଶ୍ଵର: ପ୍ରଶାସନର ଅବହେଳା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲେ ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟର ବିଏଡ଼ ଓ ଏମଏଡ଼ ଛାତ୍ରଛାତ୍ରୀ । ଏହାର ପ୍ରତିବାଦରେ ଏହି ଛାତ୍ରଛାତ୍ରୀଙ୍କ ଏକ ରାଲି ବାଲେଶ୍ବରରୁ ଭୁବନେଶ୍ବର ଯାଏଁ ପଦଯାତ୍ରାରେ ବାହାରିଛନ୍ତି ।

ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକ ପ୍ରବେଶିକା ପରୀକ୍ଷା ଦେଇପାରୁ ନାହାଁନ୍ତି। ଉଚ୍ଚଶିକ୍ଷା ପରେ ଏମିତି ହଟହଟା ହେଉଥିବାବେଳେ ପ୍ରମୁଖ ଦାବି ନେଇ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।

ଛାତ୍ରଛାତ୍ରୀଙ୍କ ପଦଯାତ୍ରା

4 ତାରିଖ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ପାଇଁ କୁଳପତିଙ୍କ ପ୍ରତିଶ୍ରୁତି ପରେ ଧାରଣା ହଟିଥିଲା। ମାତ୍ର ହୋଇଥିବା ଆଲୋଚନାରେ କିଛି ନିଷ୍କର୍ଷ ନ ବାହାରିବାରୁ ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରି ଏଭଳି ପଦଯାତ୍ରାକୁ ଆପଣେଇଥିବା କୁହାଯାଇଛି। ତେବେ ଏହି ପଦଯାତ୍ରା ସହ ଛାତ୍ରଛାତ୍ରୀଙ୍କ ଦାବି ନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details