ଓଡିଶା

odisha

By

Published : Feb 2, 2021, 7:01 PM IST

ETV Bharat / state

ମେଡିକାଲ କଲେଜ ଆଗରେ ଧାରଣା ଦେଲେ ଛାତ୍ରଛାତ୍ରୀ

ମେଡିକାଲ କଲେଜ ଆଗରେ ଧାରଣା ଦେଲେ ଛାତ୍ରଛାତ୍ରୀ । ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଡାକ୍ତରୀ ଛାତ୍ରଛାତ୍ରୀ ଦେଲେ ଧାରଣା । ଅଧିକ ପଢନ୍ତୁ...

fm medical college student strike in front of gate in baleswar
ମେଡିକାଲ କଲେଜ ଆଗରେ ଧାରଣା ଦେଲେ ଛାତ୍ରଛାତ୍ରୀ

ବାଲେଶ୍ଵର :ଫକୀର ମୋହନ ମେଡିକାଲ କଲେଜର ଛାତ୍ରଛାତ୍ରୀ କଲେଜ ଗେଟ ଆଗରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଡାକ୍ତରୀ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ। କଲେଜ ରାସ୍ତା ଜନଶୂନ୍ୟ ରହୁଥିବାବେଳେ ସନ୍ଧ୍ୟା ପରେ ସେହି ରାସ୍ତାରେ ଅସାମାଜିକ ଯୁବକମାନେ ଆଡ୍ଡା ଜମାଉଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

ମେଡିକାଲ କଲେଜ ଆଗରେ ଧାରଣା ଦେଲେ ଛାତ୍ରଛାତ୍ରୀ

ଏ ସମ୍ପର୍କରେ ପୂର୍ବରୁ କଲେଜ ଅଧ୍ୟକ୍ଷ, ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଛାତ୍ରଛାତ୍ରୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କଲେଜ ଅଧ୍ୟକ୍ଷ ଧାରଣାସ୍ଥଳରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହାର ହୋଇଥିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details