ବାଲେଶ୍ବର: ଜିଲ୍ଲାର ଫକୀର ମୋହନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପରିଦର୍ଶନ କରିଛନ୍ତି ସଂଯୋଜକ ପ୍ରଦୀପ୍ତ କୁମାର ମହାପାତ୍ର ଓ ରାଜ୍ୟ ନିର୍ମାଣ ବିଭାଗ ମୁଖ୍ୟ ଯନ୍ତ୍ରୀ ଇଂ ସତ୍ୟରଞ୍ଜନ ସେଠୀ । ଶୁକ୍ରବାର ଅପରାହ୍ନରେ ମେଡିକାଲରେ ପହଞ୍ଚି ପ୍ରଥମେ ମେଡିକାଲ କଲେଜ ଜିଲ୍ଲା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଏହାପରେ ହସ୍ପିଟାଲର ପଞ୍ଜିକରଣ କେନ୍ଦ୍ର, କାଜୁଆଲିଟି, ନିରାମୟ କେନ୍ଦ୍ର, ଟ୍ରମା ସେଣ୍ଟର ଆଦି ବିଭିନ୍ନ ୱାର୍ଡ ପରିଦର୍ଶନ କରି ରୋଗୀମାନଙ୍କ ସହ ସ୍ବାସ୍ଥ୍ୟସେବା ସମ୍ପର୍କରେ ଆଲୋଚନା କରିଥିଲେ ।
5ଶହ ଶଯ୍ୟା ବିଶିଷ୍ଟ ମେଡିକାଲ ହେବାପାଇଁ ଯୋଜନା ଚାଲିଥିବା ବେଳେ ମେଡିକାଲ କଲେଜରେ ତୃତୀୟ ବର୍ଷ ଆଡ଼ମିସନ ପାଇଁ ଭିତ୍ତିଭୂମିରେ ଯାହା ଆବଶ୍ୟକତା ରହିଛି ସେ ଦିଗରେ ଧ୍ୟାନ ଦେଇଥିଲେ ମେଡିକାଲ ସଂଯୋଜକ । ଏହାପରେ ରେମୁଣା ସ୍ଥିତ ମେଡିକାଲ କଲେଜରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା ।