ବାଲେଶ୍ବର: କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ରାଜ୍ୟରେ ଲକଡାଉନକୁ ମଧ୍ୟ କଡାକଡି କରାଯାଇଛି । ଏଥିମଧ୍ୟରୁ ବାଦ ପଡିନି ବାଲେଶ୍ବର ଜିଲ୍ଲା । ଦିନ 12 ପରେ ଶୁନଶାନ ହୋଇଯାଉଛି ରାସ୍ତାଘାଟ । ହେଲେ ଏହି ସମୟରେ ବାଲେଶ୍ବର ସହରର ରାଜାବଗିଚା ସ୍ଥିତ ରାସ୍ତାକଡ଼ରୁ ଭାସି ଆସୁଛି ସୁମଧୁର ବଂଶୀ ସ୍ୱର । ଏହି ବ୍ୟକ୍ତି ଜଣଙ୍କ ସହରର ନୀରବତାକୁ ଭେଦି ନିଜ ବଂଶୀ ସ୍ୱରରେ ସମସ୍ତଙ୍କୁ କରୁଛନ୍ତି ମୁଗ୍ଧ । ନିମଗ୍ନ ହୋଇ ଭିନ୍ନ ଏକ ଦୁନିଆରେ ହଜିଯିବା ପରି ଲାଗୁଛନ୍ତି ସେ । ତେବେ ସେହି ବ୍ୟକ୍ତି ଜଣଙ୍କ ହେଲେ ବଂଶୀ ବାଦକ ଉମାକାନ୍ତ ନାୟକ ।
ଲକଡାଉନର ନିରବତାରେ ଆକର୍ଷିତ କରୁଛି ରାଜମିସ୍ତ୍ରୀଙ୍କ ବଂଶୀ ସ୍ୱର - ବଂଶୀ ସ୍ୱର
ଶୁନଶାନ ପରିବେଶରେ ବଂଶୀର ସ୍ବର । ତାହା ପୁଣି ସାଧାରଣ ନୁହେଁ ମନମୁଗ୍ଧ କଲାପରି । ସଂକ୍ରମଣର କୋପରେ ବେଉଷା ହରାଇ ନିଜର ଏକାକୀ ଜୀବନକୁ କିଛି ମୂହୁର୍ତ୍ତ ହଜେଇ ଦେବାର ପ୍ରୟାସରେ ବଂଶୀ ବାଦକ ଉମାକାନ୍ତ ନାୟକ । ଅଧିକ ପଢନ୍ତୁ...
ଲକଡାଉନର ନୀରବତା ଭେଦ କରି ଆକର୍ଷିତ କରୁଛି ରାଜମିସ୍ତ୍ରୀଙ୍କ ବଂଶୀ ସ୍ୱର
ଲକଡାଉନର ନୀରବତା ଭେଦ କରି ଆକର୍ଷିତ କରୁଛି ରାଜମିସ୍ତ୍ରୀଙ୍କ ବଂଶୀ ସ୍ୱର
ସୂଚନାନୁସାରେ, ଲୁହାର ଏକ ନଳୀକୁ ବଂଶୀର ରୂପ ଦେଇଥିବା ଉମାକାନ୍ତ କେତେବେଳେ ନିରବତାକୁ ବଂଶୀ ସ୍ୱରରେ ହଜାଇ ଦିଅନ୍ତି ତ ପୁଣି କେତେବଳେ ଦୁନିଆର କୋଳାହଳରେ ନିଜକୁ ବଂଶୀ ବାଦନରେ ହଜାଇ ଦିଅନ୍ତି । ଉମାକାନ୍ତ ବୃତ୍ତିରେ ଜଣେ ରାଜମିସ୍ତ୍ରୀ ହୋଇଥିବାବେଳେ ତାଙ୍କ ଘର ସଦର ବ୍ଲକ ଚାନ୍ଦିପୁର ଅଞ୍ଚଳରେ । କୋରୋନା କଟକଣା ପାଇଁ ଏବେ ବୃତ୍ତିଗତ ଜୀବନ ବାଧାପ୍ରାପ୍ତ ହୋଇଥିବା ଯୋଗୁଁ ଏକାକୀ ବସି ନିଜର କଳାକୁ ସେ ନିଖୁଣ କରୁଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟାେତି ନାୟକ, ଇଟିଭି ଭାରତ