ବାଲେଶ୍ବର:ଧୀରେଧୀରେ ବଢି ଚାଲିଛି ସାଇବର ଠକେଇ । କେତେବେଳେ otp ତ କେତେବେଳେ ବିଭିନ୍ନ ପ୍ରଲୋଭନ ଦେଖାଇ ସାଇବର ଠକମାନେ ଆକାଉଣ୍ଟରୁ ଟଙ୍କା ଗାଏବ କରୁଛନ୍ତି। ଏମିତି କି ସୋସିଆଲ ମିଡିଆ ମାଧ୍ୟରେ ମଧ୍ୟ ବିଭିନ୍ନ ଲିଙ୍କ ପଠାଇ କ୍ଲିକ କଲେ ଠକାମୀର ଶିକାର ହେବାକୁ ପଡୁଛି। ସେମିତି ବାଲେଶ୍ଵର ଟାଉନ ଥାନା ପଠାଣ ମହଲା ଅଞ୍ଚଳର ଜଣେ ମାଛ ବ୍ୟବସାୟୀଙ୍କ ଆକାଉଣ୍ଟ ଖାଲି କରିଦେଇଛନ୍ତି ସାଇବର ଠକ।
ସୂଚନା ଅନୁସାରେ, ଉକ୍ତ ଅଞ୍ଚଳର ନସିମ୍ ଖାନ୍ଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟଶାଖାରେ ଏକ ସେଭିଙ୍ଗସ୍ ବ୍ୟାଙ୍କ ଆକାଉଣ୍ଟ ରହିଛି। ଉକ୍ତ ଆକାଉଣ୍ଟରେ ୧୨,୦୦୦ ରୁ ଉର୍ଦ୍ଧ୍ଵ ଟଙ୍କା ଥିବାବେଳେ ସେ ବାଲାନ୍ସ ଚେକ କରିବା ବେଳକୁ ଆକାଉଣ୍ଟ ଖାଲି ହୋଇ ସାରିଥିଲା। ଏହାକୁ ନେଇ ନସିମ ବ୍ୟାଙ୍କ ଯିବା ପରେ ସେଠାରେ ଉକ୍ତ ଟଙ୍କା upi ମାଧ୍ୟମରେ ଆସାମର ଏକ ଆକାଉଣ୍ଟକୁ ପଠାଯାଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ। ତେବେ ଏହି ପ୍ରକାର ଟ୍ରାନ୍ସଫର ହୋଇଥିବା ସ୍ପଷ୍ଟ ହୋଇଥିଲା। ମାତ୍ର ନସିମ ଉକ୍ତ ତାରିଖରେ କୌଣସି ପ୍ରକାର ନେଣଦେଣ କରି ନଥିବା ବେଳେ ଆସାମ ରେ ମଧ୍ୟ ତାଙ୍କର କୌଣସି ପରିଚିତ ଲୋକ ନଥିବା କଥା କହିଛନ୍ତି। ଏମିତି କି ସେ କାହାରିକ କୌଣସି otp କିମ୍ବା ତାଙ୍କ ପାଖକୁ ସେମିତି କୌଣସି କଲ ମଧ୍ୟ ଆସି ନଥିବା କହିଛନ୍ତି।