ଓଡିଶା

odisha

ETV Bharat / state

ମତ୍ସ୍ୟଜୀବୀଙ୍କ ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ - ଆନ୍ଦୋଳନ ଚେତାବନୀ

Fisherman Facing Problem: ନିଖିଳ ଉତ୍କଳ ମତ୍ସ୍ୟଜୀବୀ ସଂଘ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି । ଏହାକୁ ତୁରନ୍ତ ପୂରଣ କରାନଗଲେ ଆନ୍ଦୋଳନ ଚେତାବନୀ ଦେଇଛି ଦଳ । ଅଧିକ ପଢନ୍ତୁ

ନିଖିଳ ଉତ୍କଳ ମତ୍ସ୍ୟଜୀବୀ ସଂଘ
Fisherman Facing Problem

By ETV Bharat Odisha Team

Published : Jan 11, 2024, 7:02 AM IST

Updated : Jan 11, 2024, 2:12 PM IST

Fisherman Facing Problem

ବାଲେଶ୍ବର:ମତ୍ସ୍ୟଜୀବୀମାନଙ୍କ ଦାବି ତୁରନ୍ତ ପୂରଣ କରିବାକୁ ଚେତାବନୀ ଦେଲା ମତ୍ସ୍ୟଜୀବୀ ସଂଘ । ଏନେଇ ନିଖିଳ ଉତ୍କଳ ମତ୍ସ୍ୟଜୀବୀ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି । ଏହାସହ ପ୍ରଶାସନିକ ସ୍ତରରେ ମତ୍ସ୍ୟଜୀବୀମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି । ଏନେଇ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ କରିବା ନେଇ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଓଡ଼ିଶାର ଉପକୂଳ ଅଞ୍ଚଳରେ ପ୍ରାୟ 12 ଲକ୍ଷ ମତ୍ସ୍ୟଜୀବୀ ସମୁଦ୍ରରେ ମାଛ ମାରି ପରିବାର ପ୍ରତିପୋଷଣ କରୁଛନ୍ତି । ଏହାସହ ବୋଟ୍ ମାଲିକମାନେ ମଧ୍ୟ ମାଛମରା ଉପରେ ନିର୍ଭର କରି ପରିବାର ପୋଷୁଛନ୍ତି । ଏହାରି ଭିତରେ ଅନ୍ୟ ରାଜ୍ୟଗୁଡିକରେ ମତ୍ସ୍ୟଜୀବୀଙ୍କ ସୁବିଧା ପାଇଁ ଡିଜେଲ ଉପରୁ ଟିକସ ବାଦ କରାଯାଇଥିବାବେଳେ ଓଡିଶା ସରକାର ଏଥିପ୍ରତି ଯତ୍ନବାନ ହେଉନଥିବା ଅଭିଯୋଗ ଆଣିଛି ନିଖିଳ ଉତ୍କଳ ମତ୍ସ୍ୟଜୀବୀ ସଂଘ ।

ନିଖିଳ ଉତ୍କଳ ମତ୍ସ୍ୟଜୀବୀ ସଂଘର ଉପସଭାପତି ବାଦଲ ଦାସ କହିଛନ୍ତି, "ବନ ବିଭାଗର ଦାଦାଗିରି ମଧ୍ୟ ଦିନକୁ ଦିନ ବଢି ଚାଲୁଥିବା ଯୋଗୁଁ ଅନେକ ବୋଟ୍ ସମୁଦ୍ର ଭିତରକୁ ଯିବା ପାଇଁ ନାରାଜ ହେଉଛନ୍ତି । ଅଲିଭ ରିଡ଼ଲେଙ୍କ ସୁରକ୍ଷା ନାଁରେ ମତ୍ସ୍ୟଜୀବୀମାନଙ୍କୁ ହଇରାଣ ହରକତ କରାଯାଉଛି । ସେହିପରି ନଦୀ କୂଳ ମାଟି ଧସେଇ ଯାଉଥିବା ଯୋଗୁଁ ବୋଟ୍ ଯିବା ଆସିବାରେ ଅସୁବିଧା ହେଉଛି । ଏନେଇ ଅନେକ ଥର ସଂଘ ପକ୍ଷରୁ ସରକାରଙ୍କୁ ଦାବି ଜଣାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ ।"

ଏହା ମଧ୍ୟ ପଢନ୍ତୁ...ବଦଳିବ ପୁରୀ ବେଳାଭୂମିର ଚିତ୍ର, ନିର୍ମାଣ ହେବ ଫିସ୍ ଲ୍ୟାଣ୍ଡିଙ୍ଗ ସେଣ୍ଟର

ଏହା ମଧ୍ୟ ପଢନ୍ତୁ...ମହାନଦୀ ସ୍ବଚ୍ଛତା ଓ ସୁରକ୍ଷା ନେଇ ସମ୍ବଲପୁରରେ ଆୟୋଜିତ ହେବ ହାଫ ମାରାଥନ

ଏଥିପାଇଁ ଡିଜେଲ ଉପରୁ ଟିକସ ଛାଡ଼ କରିବା, ବନ ବିଭାଗର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବା, ସବୁ ସମୁଦ୍ର ମୁହାଣରେ ସୁବ୍ୟବସ୍ଥା କରିବା, ପ୍ରତ୍ୟେକ ସମୁଦ୍ର କୂଳରେ ଥିବା ମତ୍ସ୍ୟ ସଂଗ୍ରହ କେନ୍ଦ୍ରର ଉନ୍ନତିକରଣ ସାଙ୍ଗକୁ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ଦାବି ହୋଇଛି । ଏହିସବୁ ଦାବି ପୂରଣ ହେଲେ ମତ୍ସ୍ୟଜୀବୀମାନେ ଉପଯୁକ୍ତ ମୂଲ୍ୟ ପାଇବାରେ ସକ୍ଷମ ହୋଇପାରିବେ । ଅନେକ ପରିବାର ଏହି ଜୀବିକା ଦ୍ବାରା ନିଜ ପରିବାର ପ୍ରତିପୋଷଣ କରୁଥିବାବେଳେ ସେମାନଙ୍କ ପ୍ରତି ସରକାରୀ ସ୍ତରରେ ଦୃଷ୍ଟି ଦେବାକୁ ଦାବି ହୋଇଛି । ଏହିସବୁ ଦାବି ପୂରଣ ନହେଲେ ଆଗାମୀ ଦିନରେ ଭୁବନେଶ୍ୱର ଏବଂ ଦିଲ୍ଲୀରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛି ସଂଘ ।

ଇଟିଭି ଭାରତ, ବାଲେଶ୍ବର

Last Updated : Jan 11, 2024, 2:12 PM IST

ABOUT THE AUTHOR

...view details