ବାଲେଶ୍ଵର : ଜିଲ୍ଲାରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛି । ଆକ୍ରାନ୍ତ ଜଣକ ଓମାନରୁ ଫେରିଥିବା ଜଣାପଡିଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ପ୍ରଥମେ ଓମାନରୁ ମୁମ୍ବାଇ, ମୁମ୍ବାଇରୁ ଭୁବନେଶ୍ୱର ଏବଂ ପରେ ଭୁବନେଶ୍ୱରରୁ ନିଜ ଅଞ୍ଚଳ ସିମୁଳିଆକୁ ଆସିଥିଲେ। ୨୮ ତାରିଖରେ ଆରଟିପିସିଆର ପରୀକ୍ଷା ହେବା ପରେ ୨୯ ରେ କୋରୋନା ପଜିଟିଭ ରିପୋର୍ଟ ଆସିଥିଲା।
ବାଲେଶ୍ଵରରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ - ବାଲେଶ୍ଵର ଖବର
ବାଲେଶ୍ଵର ଜିଲ୍ଲାରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛି । ଆକ୍ରାନ୍ତ ଜଣକ ଓମାନରୁ ଫେରିଥିବା ଜଣାପଡିଛି। ଅଧିକ ପଢନ୍ତୁ
ଏହାପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ତୁରନ୍ତ ମୁଖ୍ୟ ଚିକିତ୍ସାଳୟର ଆଇସୋଲେସନରେ ରଖାଯାଇଛି। ୨୯ ତାରିଖ ଦିନ ତାଙ୍କର ଜେନେଟିକ ସିକ୍ୟୁଏନ୍ସି ପାଇଁ ପଠାଯାଇଥିଲା। ରବିବାର ରିପୋର୍ଟ ଆସିବା ପରେ ଓମିକ୍ରନ୍ ପଜିଟିଭ୍ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କ କୋଭିଡ ଟେଷ୍ଟ ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ପତ୍ନୀ ଓ ଭାଇଙ୍କ କୋରୋନା ପଜିଟିଭ ଆସିବା ପରେ ଜେନେଟିକ୍ ସିକ୍ୟୁଏନ୍ସି ପାଇଁ ନମୁନା ଯାଇଛି ବୋଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ