ଓଡିଶା

odisha

By

Published : Sep 15, 2019, 1:41 AM IST

ETV Bharat / state

ଫକୀରମୋହନ ମେଡିକାଲ କଲେଜ ପାଖରେ ଗୁଳିକାଣ୍ଡ, ଜଣେ ଗୁରୁତର

ଫକୀରମୋହନ ମେଡିକାଲ କଲେଜ ପାଖରେ ଶନିବାର ରାତିରେ ଘଟିଛି ଗୁଳିକାଣ୍ଡ । ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ସୂଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଫକୀରମୋହନ ମେଡିକାଲ କଲେଜ ପାଖରେ ଶନିବାର ରାତିରେ ଘଟିଛି ଗୁଳିକାଣ୍ଡ । ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣା ପଡିଛି । ଗୁରୁତର ଆହତ ଯୁବକଙ୍କ ନାମ ସମ୍ଭବ ସାହୁ(୨୭) । ସମ୍ଭବଙ୍କ ଘର ରେମୁଣା ଥାନା ଅଧୀନସ୍ଥ ମନ୍ଦାରପୁର ଗ୍ରାମରେ ବୋଲି ଜଣା ପଡିଛି । ତେବେ ଗୁରୁତର ସମ୍ଭବଙ୍କୁ ପ୍ରଥମେ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଘଟଣା ପଛର କାରଣ କିଛି ଜଣା ପଡିନଥିବା ବେଳେ ସଦର ଏସଡିପିଓ ପ୍ରଭାସ ଚନ୍ଦ୍ର ପାଲ ତଦନ୍ତ ଆରମ୍ଭ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର


ଖବର ଅନୁଯାୟୀ, ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୮ ଟାରେ ସମ୍ଭବ ମେଡିକାଲ କଲେଜସ୍ଥିତ ନିଜ ମାମୁଁଙ୍କ ହୋଟେଲରେ ବସିଥିଲେ। ଏହି ସମୟରେ ହଠାତ ୫ ଜଣ ଯୁବକ ଦୁଇଟି ବାଇକରେ ସେଠାରେ ଆସି ପହଞ୍ଚିବା ସହ ନାମ ପଚାରିଥିଲେ । ଏହାପରେ ସମ୍ଭବଙ୍କ ସହ ଥିବା ତାଙ୍କ ବନ୍ଧୁଙ୍କୁ ଯୁବକମାନେ ଆକ୍ରମଣ ପାଇଁ ଗୋଡ଼ାଇଥିଲେ । ପରେ ପରେ ଗୁଳି ଚଳାଇବାରୁ ସମ୍ଭବଙ୍କ ଡାହାଣ ହାତରେ ଗୁଳି ବାଜିଥିଲା । ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଆରମ୍ଭ କରାଯାଇ କଟକ ସ୍ଥାନାନ୍ତର କରାଯାଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details