ଓଡିଶା

odisha

ପାର୍କିଂକୁ ନେଇ ଗୁଳି ଫୁଟାଇଲେ ପୂର୍ବତନ ପ୍ରଫେସର, ଯୁବକ ଗୁରୁତର

By

Published : Mar 13, 2021, 8:13 PM IST

ପାର୍କିଂକୁ ନେଇ ଗୁଳିକାଣ୍ଡ । ଜଣେ ଯୁବକଙ୍କ ପେଟରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

firing in baleswar, one young man injured
ପାର୍କିଂକୁ ନେଇ ଗୁଳିକାଣ୍ଡ

ବାଲେଶ୍ବର :ପାର୍କିଂକୁ ନେଇ ଗୁଳିକାଣ୍ତ । ଜଣେ ଯୁବକଙ୍କ ପେଟରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ପଠାଯାଇଛି ।

ପାର୍କିଂକୁ ନେଇ ଗୁଳିକାଣ୍ଡ

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗଡଗଡିଆ ଛକ ନିକଟ ସଂଜୟ ହାଇଟ୍ସରେ ଏହି ଗୁଳିକାଣ୍ତ ହୋଇଥିବା ଜଣାପଡିଛି । ସେପଟେ, ଗୁଳିମାଡ କରିଥିବା ବ୍ୟକ୍ତି ପୂର୍ବତନ ପ୍ରଫେସର ଲକ୍ଷ୍ମଣ ବେହେରା ବୋଲି ଜଣାପଡିଛି । ତାଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳିମାଡ କରାଯାଇଥିବା ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details