ଓଡିଶା

odisha

ETV Bharat / state

ଶ୍ରମିକଙ୍କ ଶୋଇବା ଘରେ ଅଗ୍ନିକାଣ୍ଡ, କମ୍ପାନୀର ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା - ଶ୍ରମିକଙ୍କ ଶୋଇବା ଘରେ ଅଗ୍ନିକାଣ୍ଡ

ସୋର ଥାନା ଦହିସଡା ଛକ ଗୋପାଳ କନଷ୍ଟ୍ରକସନ୍ କମ୍ପାନୀର ଶ୍ରମିକଙ୍କ ଶୋଇବା ଘରେ ଅଗ୍ନିକାଣ୍ଡ ଘଟିବା ଘଟଣା । କମ୍ପାନୀରେ କୌଣସି ପ୍ରକାର ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଜଣାପଡିଲା । ଅଧିକ ପଢନ୍ତୁ

ଶ୍ରମିକଙ୍କ ଶୋଇବା ଘରେ ଅଗ୍ନିକାଣ୍ଡ, କମ୍ପାନୀର ନାହିଁ  ଅଗ୍ନି ନିରାପତ୍ତା ବ୍ୟବସ୍ଥା
ଶ୍ରମିକଙ୍କ ଶୋଇବା ଘରେ ଅଗ୍ନିକାଣ୍ଡ, କମ୍ପାନୀର ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା

By

Published : Jan 13, 2022, 4:39 PM IST

ବାଲେଶ୍ୱର: ସୋର ଥାନା ଦହିସଡା ଛକ ଗୋପାଳ କନଷ୍ଟ୍ରକସନ୍ କମ୍ପାନୀର ଶ୍ରମିକଙ୍କ ଶୋଇବା ଘରେ ଅଗ୍ନିକାଣ୍ଡ ଘଟିବା ଘଟଣା । ଅଗ୍ନିକାଣ୍ଡ ଘଟିବା ପରେ ପଦାରେ ପଡିଲା କମ୍ପାନୀର ଶ୍ରମିକ ମାରଣନୀତି । କମ୍ପାନୀରେ କାମ କରୁଥିବା ଶ୍ରମିକଙ୍କ ସୁରକ୍ଷା ପ୍ରତି କମ୍ପାନୀ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନଥିବା ଅଭିଯୋଗ ହୋଇଛି ।

ଶ୍ରମିକଙ୍କ ଶୋଇବା ଘରେ ଅଗ୍ନିକାଣ୍ଡ, କମ୍ପାନୀର ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା

ସୂଚନା ଅନୁସାରେ, ଗତକାଲି ଶ୍ରମିକଙ୍କ ଶୋଇବା ଘରେ ହଠାତ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡି ନଷ୍ଟ ହୋଇ ଯାଇଥିଲା । ହେଲେ ଶ୍ରମିକମାନେ ଘର ଭିତରେ ନଥିବାରୁ ବର୍ତ୍ତି ଯାଇଥିଲେ । ଏନେଇ ଖବରପାଇ ସୋର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡ ପରେ ଏହି କମ୍ପାନୀ କୌଣସି ପ୍ରକାର ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ସାମ୍ନାକୁ ଆସିଥିଲା। ଏହି କମ୍ପାନୀ ଭିତରେ ପିଚୁ ପ୍ଲାଣ୍ଟ ଠାରୁ ଆରମ୍ଭ କରି ପଥର କ୍ରସର ରହିଥିବାବେଳେ ହଜାର ହଜାର ଶ୍ରମିକ କାମ କରୁଛନ୍ତି କିନ୍ତୁ କମ୍ପାନୀ ଅଗ୍ନି ନିରାପତ୍ତା ପାଇଁ କୌଣସି ପଦକ୍ଷେପ ନନେଇ ଶ୍ରମିକଙ୍କ ଜୀବନ ସହ ଖେଳ ଖେଳୁଥିବା ଅଭିଯୋଗ ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details