ଓଡିଶା

odisha

ETV Bharat / state

ସବ୍-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ - ବାଲେଶ୍ବର ସବ ରେଜିଷ୍ଟାରଙ୍କ କାର୍ଯ୍ୟାଳୟ

ବାଲେଶ୍ବର ଜିଲ୍ଲା ସବ୍-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନଷ୍ଟ। ନିଆଁ ଲାଗିବା କାରଣ ଅସ୍ପଷ୍ଟ। ଅଧିକ ପଢ଼ନ୍ତୁ...

fire in balasore sub registrar's office, balasore sub registrar's office, ସବ ରେଜିଷ୍ଟାରଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ବାଲେଶ୍ବର ସବ ରେଜିଷ୍ଟାରଙ୍କ କାର୍ଯ୍ୟାଳୟ, ଅଗ୍ନିକାଣ୍ଡ
ସବ ରେଜିଷ୍ଟାରଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

By

Published : Dec 9, 2019, 11:00 PM IST

ବାଲେଶ୍ଵର: ଜିଲ୍ଲାର ସବ୍-ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ। ସୋମବାର ରାତି ପ୍ରାୟ ସାଢ଼େ 9ଟାରୁ 10ଟା ମଧ୍ୟରେ ଅଫିସ ଭିତରୁ ଧୂଆଁ ବାହାରୁଥିବା ଲୋକେ ଦେଖିବାକୁ ପାଇଥିଲେ। ଅଫିସ ଭିତରେ ଥିବା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡିଯାଇଥିବା ବେଳେ ତା ଭିତରକୁ ପଶିବା ସମ୍ଭବ ହେଉନି।

ସବ ରେଜିଷ୍ଟାରଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାର ଚେଷ୍ଟା ଜାରି ରଖିଛି। ଧୂଆଁର ମାତ୍ରାଧିକ ପ୍ରକୋପ ଯୋଗୁଁ କ୍ଷୟକ୍ଷତି ସମ୍ପର୍କରେ ଜାଣିବା ମଧ୍ୟ ସମ୍ଭବ ପର ହୋଇନାହିଁ। ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏହା ସଟସର୍କିଟ ଯୋଗୁଁ ହୋଇଥାଇ ପାରେ ବୋଲି କୁହାଯାଉଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details