ଓଡିଶା

odisha

ETV Bharat / state

ନିଆଁରେ ପୋଡି ହୋଇ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର - ବାଲେଶ୍ଵର ଖବର

ନିଆଁରେ ପୋଡ଼ି ହୋଇ ସ୍ତ୍ରୀ ମୃତ ସ୍ବାମୀ ଗୁରୁତର । ଏଭିଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅଧୀନ ସାର୍ଥା ତରଡ଼ାବୁଦ୍ଧିଆ ଗାଁରେ। ଅଧିକ ପଢ଼ନ୍ତୁ

ନିଆଁରେ ପୋଡି ହୋଇ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
ନିଆଁରେ ପୋଡି ହୋଇ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

By

Published : Nov 30, 2022, 4:18 PM IST

ବାଲେଶ୍ଵର :ନିଆଁରେ ପୋଡ଼ି ହୋଇ ସ୍ତ୍ରୀ ମୃତ ସ୍ବାମୀ ଗୁରୁତର । ଏଭିଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅଧୀନ ସାର୍ଥା ତରଡ଼ାବୁଦ୍ଧିଆ ଗାଁରେ । ମୃତ ମହିଳା ଜଣଙ୍କ ହେଲେ ରିନା ଖଣ୍ତା । ରିନାଙ୍କ ସ୍ୱାମୀ ଶିବାନନ୍ଦଙ୍କୁ ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନାନୁସାରେ, ଗତକାଲି(ମଙ୍ଗଳବାର) ରାତିରେ ରିନା ଓ ଶିବାନନ୍ଦ ଘରେ ଶୋଇଥିଲେ । ସେହି ସମୟରେ ହଠାତ ନିଆଁ ଲାଗିଯାଇଥିଲା । ଶିବାନନ୍ଦଙ୍କ ନିଦ ଭାଙ୍ଗିଯିବାରୁ ଦେଖିଲାବେଳକୁ ରିନାଙ୍କ ଦେହରେ ନିଆଁ ଲାଗିଯାଇଛି । ଶିବାନନ୍ଦ ଦୌଡ଼ି ଆସି ସ୍ତ୍ରୀକୁ ବଞ୍ଚାଇବାକୁ ଚେଷ୍ଟା କଲା ବେଳେ ସେ ମଧ୍ୟ ନିଆଁରେ ପୋଡ଼ି ଯାଇ ଗୁରୁତର ଆହତ ହୋଇଥିଲେ ।

ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ରିନାଙ୍କୁ ମୃତଘୋଷଣା କରିଥିଲେ । ଏହାସହ ଶିବାନନ୍ଦଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରିଥିଲେ । ତେବେ ରିନାଙ୍କ ଦେହରେ କିପରି ନିଆଁ ଲାଗିଲା, ସେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ କି, ତାର କାରଣ ଜଣାପଡ଼ିନାହିଁ । ପାରିବାରିକ କଳହ ନାଁ ଆଉ କିଛି କାରଣ ଅଛି ତାହା ମଧ୍ୟ ଜଣାପଡ଼ି ନାହିଁ । ଏହାକୁ ନେଇ ପୁଲିସ ଘଟଣାର ତଦନ୍ତ କରୁଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details