ଓଡିଶା

odisha

ETV Bharat / state

ଗ୍ୟାସଲିକ ହୋଇ ଅଗ୍ନିକାଣ୍ଡ, ଗୋଟିଏ ପରିବାରର 3 ଆହତ - ବାଲେଶ୍ବର ଅଗ୍ନିକାଣ୍ଡ ତିନି ଆହାତ

ବାଲେଶ୍ଵର ଜିଲ୍ଲା ସିଂଲା ଥାନା କଷାଫଳ ଗ୍ରାମରେ ଅଗ୍ନିକାଣ୍ଡ ଘଟିଥିବାବେଳେ ବାପାମା’ ସହ 8 ବର୍ଷର ଶିଶୁ ପୋଡି ହୋଇ ଆହତ ହୋଇଛନ୍ତି।

Fire break out in Balasore
ବାଲେଶ୍ବର ଅଗ୍ନିକାଣ୍ଡ ତିନି ଆହାତ

By

Published : May 30, 2020, 12:53 PM IST

ବାଲେଶ୍ବର: ସିଂଲା ଥାନା କଷାଫଳ ଗ୍ରାମରେ ଗ୍ୟାସି ଲିକ ହୋଇ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଗ୍ୟାସରେ ରୋଷେଇ କରିବା ବେଳେ ବାପା-ମା ସହ 8 ବର୍ଷର ଶିଶୁ ପୋଡି ହୋଇ ଆହତ ହୋଇଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସିଂଲା ଥାନା କଷାଫଳ ଗ୍ରାମରେ।

ବାଲେଶ୍ବର ଅଗ୍ନିକାଣ୍ଡ ତିନି ଆହାତ

ଗ୍ରାମର କବିତା ମଣ୍ଡଳ ସକାଳେ ରୋଷେଇ କରିବା ପାଇଁ ଗ୍ୟାସ ଲଗାଇଥିଲେ। ମାତ୍ର ପୂର୍ବରୁ ଗ୍ୟାସ ଲିକ ହୋଇଥିବାରୁ ନିଆଁ ଲାଗିବା ମାତ୍ରେ ତାହା ଉଗ୍ର ହୋଇଯାଇଥିଲା। ଏଥିରେ କବିତା ପୋଡି ହୋଇ ଗୁରୁତର ହୋଇଛନ୍ତି। ତାଙ୍କ ପାଖରେ ଥିବା ଆଠ ବର୍ଷର ପୁଅ ମଧ୍ୟ ଆହତ ହୋଇଛି। ଏହା ଜାଣି କବିତାଙ୍କ ସ୍ବାମୀ ରବୀନ୍ଦ୍ର ରୋଷେଇ ଘରକୁ ଯାଇ ଗ୍ୟାସ ସୁଇଚ ବନ୍ଦ କରିଥିଲେ। ସେହି ସମୟ ଭିତରେ ରବିନ୍ଦ୍ରଙ୍କ ଗୋଡ଼ରେ ନିଆଁ ଲାଗି ଯାଇଥିଲା। ସମସ୍ତଙ୍କୁ ବାଲେଶ୍ଵର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details