ବାଲେଶ୍ଵର: ଜିଲ୍ଲାର ଓଟି ରୋଡ଼ ଗାନ୍ଧୀ ସ୍ମୃତି ଭବନ ଆଗରେ ଏକ ଚଳନ୍ତା ବସରେ ଲାଗିଲା ନିଆଁ । ସ୍ଲିପର ସିଟର ଉପର ଛାତରେ ନିଆଁ ଲାଗିଥିଲା । ଏହି ବସରେ ଯାତ୍ରା କରୁଥିଲେ 35 ଯାତ୍ରୀ । ତେବେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ ।
ପୁଲପୁଲ ନାମକ ଏକ ଘରୋଇ ଏସି ସ୍ଲିପର ବସ ସହଦେବଖୁଣ୍ଟା ବସ ଷ୍ଟାଣ୍ଡରୁ 35 ଯାତ୍ରୀଙ୍କୁ ନେଇ ଭୁବନେଶ୍ବର ଅଭିମୁଖେ ବାହାରିଥିଲା । ହଠାତ ସ୍ଲିପର ସିଟ ଉପର ଛାତରେ ନିଆଁ ଲାଗିବା ଦେଖି ଯାତ୍ରୀମାନେ ଡ୍ରାଇଭରକୁ କହିଥିଲେ। ଏହାସହ ବସ ଛାତ ଉପରେ ଧୂଆଁ ବାହାରୁଥିବା ରାସ୍ତାରେ ଯାଉଥିବା ଲୋକମାନେ କହିଥିଲେ।