ଓଡିଶା

odisha

ETV Bharat / state

ଲକ୍ଷେ ଟଙ୍କା ପାଇଁ ସ୍ତ୍ରୀକୁ ବିକିଲା ସ୍ବାମୀ - baleswar

ଟଙ୍କା ପାଇଁ କେତେ ନୀଚ ସ୍ତରକୁ ମଣିଷ ଖସି ଯାଇପାରେ, ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲାରେ । ମାତ୍ର କେତେଟା ଟଙ୍କା ପାଇଁ 9 ମାସର ବୈବାହିକ ଜୀବନକୁ ତୁଚ୍ଛ କରି ସ୍ତ୍ରୀଙ୍କୁ ବିକ୍ରି କରିଛି ସ୍ବାମୀ । ଏହି ଘଟଣା ପଦାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ବେଶ ଆଲୋଡ଼ନ ସୃଷ୍ଟି କରିଛି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ବାଲେଶ୍ଵର

By

Published : May 28, 2019, 7:23 PM IST


ବାଲେଶ୍ଵର: ଟଙ୍କା ପାଇଁ ସ୍ତ୍ରୀକୁ ବିକିଲା ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବସ୍ତା ତାନା ଅନ୍ତର୍ଗତ ସଦର ବ୍ଲକ ଅନ୍ତର୍ଗତ ମଛଡ଼ିହା ଗ୍ରାମରେ । ଏଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳର ବେଶ ଆଲୋଡ଼ନ ସୃଷ୍ଟି କରିଛି । ତେବେ ଏହି ଘଟଣାରେ ସ୍ୱାମୀ ସତ୍ୟରଞ୍ଜନଙ୍କ ନାମରେ ସ୍ତ୍ରୀ ମଞ୍ଜୁଲତା ବସ୍ତା ଥାନାରେ ଏତଲା ଦେଇଥିବା ଜଣାପଡିଛି।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ବାଲେଶ୍ଵର


ସୂଚନାଥାଉକି, ବସ୍ତା ଥାନା ପଣ୍ଡୁରୁଣି ଗାଁର ନରେନ୍ଦ୍ର ପାତ୍ରଙ୍କ ଝିଅ ମଞ୍ଜୁଲତାଙ୍କ ବିବାହ ମଛଡିହା ଗାଁର ବୁଧିରାମ ଜେନାଙ୍କ ପୁଅ ସତ୍ୟରଞ୍ଜନଙ୍କ ସହିତ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଥିଲା । ବାହାଘରର ୯ ମାସ ପରେ ସତ୍ୟରଞ୍ଜନ ମଞ୍ଜୁଲତାଙ୍କୁ ସେ ରହୁଥିବା ତେଲେଙ୍ଗାନାକୁ ନେଇ ଯାଇଥିଲେ। ସେଠାରେ ସତ୍ୟରଞ୍ଜନ ସ୍ତ୍ରୀଙ୍କୁ 1ଲକ୍ଷ ଟଙ୍କାରେ ବିକ୍ରି କରିଦେଇ ସ୍ତ୍ରୀ ନିଖୋଜ ବୋଲି ଥାନାରେ ଅଭିଯୋଗ କରିଥିଲେ।


ଅନ୍ୟପଟେ ମଞୁଲତାଙ୍କୁ ଦଲାଲମାନେ ତେଲେଙ୍ଗାନାରୁ ମଧ୍ୟପ୍ରଦେଶ ନେଇଯାଇଥିଲେ। ସେଠାରୁ ମଞ୍ଜୁଲତା ଘରକୁ ଆସିବା ପାଇଁ ବାହାରିବାରୁ ଲକ୍ଷେ ଟଙ୍କା ସୁଝିବା ପରେ ଛାଡ଼ିବେ ବୋଲି ଦଲାଲମାନେ କହିଥିଲେ। କିନ୍ତୁ ମଞ୍ଜୁଲତା କୌଶଳ କ୍ରମେ ଦଲାଲଙ୍କ କବଳରୁ ଖସି ଆସିଥିଲେ । ମାତ୍ର ରାସ୍ତା ନପାଇ ଘୁରି ବୁଲୁଥିଲେ। ସେଠାରେ ତାଙ୍କୁ ଜଣେ ଓଡିଆ ଲୋକ ସାହାଯ୍ୟର ହାତ ବଢାଇ ଥିଲେ। ଫଳରେ ମଞ୍ଜୁଲତା ବାଲେଶ୍ୱର ନିଜ ପରିବାର ନିକଟରେ ପହଞ୍ଚି ପାରିଛନ୍ତି ।

ବାଲେଶ୍ବର ପହଞ୍ଚିବା ପରେ ପରିବାର ଲୋକଙ୍କ ସହ ମଞ୍ଜୁଲତା ତାଙ୍କ ସ୍ୱାମୀ ସତ୍ୟରଞ୍ଜନଙ୍କ ନାମରେ ବସ୍ତା ଥାନାରେ ଅଭିଯୋଗ କରିଛନ୍ତି ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details