ଓଡିଶା

odisha

ସୋରରେ ଗୋଷ୍ଠୀ ସଂଘର୍ଷ, 7 ଗୁରୁତର

By

Published : Jan 2, 2020, 7:37 PM IST

ସୋର ଥାନା ଅଞ୍ଚଳରେ ବାଡବସାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ । ଏଥିରେ 7 ଜଣ ଗୁରୁତର ଭାବେ ଆହତ ହୋଇ ସୋର ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

_fight between neighbours due to wall issue
ବାଡବସାକୁ ନେଇ ଗୋଷ୍ଠୀ ସଂଘର୍ଷ

ବାଲେଶ୍ଵର: ସୋର ଥାନା ଅଞ୍ଚଳରେ ବାଡବସାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ । ଏଥିରେ 7 ଜଣ ଗୁରୁତର ଭାବେ ଆହତ ହୋଇ ସୋର ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

ବାଡବସାକୁ ନେଇ ଗୋଷ୍ଠୀ ସଂଘର୍ଷ


ସୂଚନାନୁସାରେ, ସୋର ଥାନା ଖରିଦା ଗ୍ରାମର ଦିବାକର ପ୍ରଧାନଙ୍କ ପରିବାର ନିଜ ଜମିରେ ବାଡ ବସାଉଥିଲେ । ଏହି ସମୟରେ ତାଙ୍କର ପଡୋଶୀ ଦୁଲା ପ୍ରଧାନ, ଗୋପୀନାଥ ପ୍ରଧାନ, ମହେଶ୍ୱର ପ୍ରଧାନ ପ୍ରମୁଖ ତାଙ୍କୁ ବିରୋଧ କରିଥିଲେ । ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଉଭୟଙ୍କ ମଧ୍ୟରେ ମାରପିଟା ଲାଗିବାରୁ 7 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଆହତଙ୍କୁ ସୋର ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details