ବାଲେଶ୍ବର: ମହିଳା କନଷ୍ଟେବଳଙ୍କ ମହାନତା । ଜଣେ ବାପଛେଉଣ୍ଡ କନ୍ୟାର ବିବାହ କରାଇ ସାଉଣ୍ଟୁଛନ୍ତି ପ୍ରଶଂସା । ବାଲେଶ୍ବର ଜିଲ୍ଲା ଔପଦା ଥାନାର ମହିଳା କନଷ୍ଟେବଳ ବିଦ୍ୟୁତପ୍ରଭା ରାଉତ ବଡପୋଖରୀ ଗ୍ରାମର ରଶ୍ମିତା ରାଉତଙ୍କ ବିବାହ କରାଇଛନ୍ତି ।
ମା’ ସାଜି ବାପଛେଉଣ୍ଡ ଝିଅର ବିବାହ କରାଇଲେ ମହିଳା କନଷ୍ଟେବଳ ବିଦ୍ୟୁତପ୍ରଭା - ବାଲେଶ୍ବର ଖବର
ଜଣେ ବାପଛେଉଣ୍ଡ କନ୍ୟାର ବିବାହ କରାଇ ସାଉଣ୍ଟୁଛନ୍ତି ପ୍ରଶଂସା । ବାଲେଶ୍ବର ଜିଲ୍ଲା ଔପଦା ଥାନାର ମହିଳା କନଷ୍ଟେବଳ ବିଦ୍ୟୁତପ୍ରଭା ରାଉତ ବଡପୋଖରୀ ଗ୍ରାମର ରଶ୍ମିତା ରାଉତଙ୍କ ବିବାହ କରାଇଛନ୍ତି । ଅଧିକ ପଢନ୍ତୁ...
ମା' ସାଜି ପିତୃଶୂନ୍ୟ କନ୍ୟାର ବିବାହ କରାଇଲେ ମହିଳା କନଷ୍ଟେବଳ
ସୂଚନାନୁସାରେ, ବଡ଼ପୋଖରୀ ଗ୍ରାମର ରଶ୍ମିତା ରାଉତ ଓ ଫତେପୁର ଡିମିରିଚୁଆ ଗ୍ରାମର ଗଣେଶ ହାତୀଙ୍କ ମଧ୍ୟରେ ଗୁଜୁରାଟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ପ୍ରେମୀ ଯୁଗଳ କ୍ବାରେନଣ୍ଟାଇନ ସେଣ୍ଟରରେ ଥିବାବେଳେ କନେଷ୍ଟବଳ ବିଦ୍ୟୁତପ୍ରଭାଙ୍କ ସହ ଦେଖା ହୋଇଥିଲା । ବିଦ୍ୟୁତପ୍ରଭା ଉଭୟଙ୍କ ସମ୍ପର୍କ ବିଷୟରେ ଜାଣିବା ପରେ ଉଭୟ ପକ୍ଷଙ୍କ ସହ ଆଲୋଚନା କରି ଵିଵାହ ପାଇଁ ପ୍ରସ୍ତାବ ଦେଇଥିଲେ । ପରେ କନେଷ୍ଟବଳ ନିଜେ ଝିଅର ମା' ସାଜି ଉଭୟଙ୍କ ବିବାହ କରାଇଛନ୍ତି । ଯାହା ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ