ଓଡିଶା

odisha

ETV Bharat / state

ନିର୍ଦ୍ଦୟୀ ବାପା; ପାଠ ନ ପଢିବାରୁ ଦୁଇ ଶିଶୁଙ୍କୁ ବାନ୍ଧି ନିର୍ଯ୍ଯାତନା ଅଭିଯୋଗ - father punished

ଜୟରାମପୁର ଗାଁର ବିଶ୍ବନାଥ ଦଳାଇ ନିଜର 2ନାବାଳକ ପୁଅଙ୍କୁ ଆଜି ସକାଳେ ପାଠ ପଢିବା ପାଇଁ ତାଗିଦ କରିବା ସହ ନିର୍ଯ୍ଯାତନା ଦେଇଥିଲେ । ଉକ୍ତ ଘଟଣା ସମ୍ପର୍କରେ ଭୋଗରାଇ ଥାନା ପୋଲିସ ଜାଣି 2ନାବାଳକ ପୁଅ, ତାଙ୍କ ମାଆ ଓ ନିର୍ଦ୍ଦୟ ବାପାଙ୍କୁ ଥାନାକୁ ଆଣି ପଚରା ଉଚୁରା କରୁଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Aug 4, 2019, 5:31 PM IST

ବାଲେଶ୍ବର: ଜିଲ୍ଲା ଭୋଗରାଇ ବ୍ଲକ ଜୟରାମପୁର ଗାଁରେ ଅଘଟଣ। ଗତ ଶନିବାର ନାତିକୁ ଜେଜେ ମା ମାଡ ମାରିବା ଘଟଣା ମନରୁ ନଲିଭୁଣୁ ଆଜି ପୁଣି ଜଣେ ବାପା ତାଙ୍କ ଦୁଇ ନାବାଳକ ପୁଅକୁ ପାଠ ପଢିବା ପାଇଁ ତାଗିଦ୍ କରିବାକୁ ଯାଇ ଦଉଡ଼ିରେ ବାନ୍ଧି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନାଅନୁଯାୟୀ, ଜୟରାମପୁର ଗାଁର ବିଶ୍ବନାଥ ଦଳାଇ ନିଜର 2ନାବାଳକ ପୁଅ ସାଇରାମ୍ (୮) ଓ ନୀଳକଣ୍ଠ (୪)କୁ ଆଜି ସକାଳେ ପାଠ ପଢିବା ପାଇଁ ତାଗିଦ କରିଥିଲେ । ଏଥିଯୋଗୁଁ 2ଜଣ ଭୟରେ ଘରପାଖରୁ କିଛି ଦୂରରେ ଥିବା ଏକ ନାଳ ନିକଟକୁ ଦୌଡି ପଳାଇ ଥିଲେ ।

ଏଥିରେ ଉତକ୍ଷିପ୍ତ ହୋଇ ବିଶ୍ବନାଥ ପିଲାଙ୍କ ପଢା ବ୍ୟାଗକୁ ପୋଡିଦେଇଥିଲେ । ଏଥିସହ ପିଲାମାନଙ୍କୁ ବାନ୍ଧି ଦେଇଥିଲେ । ଉକ୍ତ ଘଟଣାକୁ ସ୍ଥାନୀୟ ଲୋକେ ଦେଖି ପିଲାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ସ୍ଥାନୀୟ ସରପଞ୍ଚଙ୍କୁ ଖବର ଦେଇଥିଲେ । ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ପିଲାମାନଙ୍କୁ ଉଦ୍ଧାର କରିବା ସହିତ ଭୋଗରାଇ ଥାନାକୁ ଜଣାଇଥିଲେ । ଭୋଗରାଇ ଥାନା ପୋଲିସ ପହଞ୍ଚି ଦୁଇ ନାବାଳକ ପୁଅ,ତାଙ୍କ ମାଆ ଓ ନିର୍ଦ୍ଦୟ ବାପାଙ୍କୁ ଥାନାକୁ ଆଣି ପଚରା ଉଚୁରା କରୁଥିବା ଜଣାପଡିଛି ।


ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details