ଓଡିଶା

odisha

ETV Bharat / state

ଲକଡାଉନ ଦେଲା ପ୍ରେରଣା, ଚାଷୀ ତିଆରି କଲେ କୃଷି ଯନ୍ତ୍ରପାତି - ଚାଷୀଙ୍କ ହାତ ତିଆରି କୃଷି ଯନ୍ତ୍ରପାତି, ଲକଡାଉନ ଦେଲା ପ୍ରେରଣା

କୋରୋନା ମହାମାରୀର ଲକଡାଉନରେ ଚାଷୀ ନିଜେ ତିଆରି କଲେ କୃଷି ଉପକରଣ। ତାହା ପୁଣି ନିଜସ୍ବ ଉଦ୍ୟମରେ ଚାଷ ଜମିରେ ଚାଷ କରିବା ପାଇଁ ପାୱାର ଟିଲର ତିଆରି କରିଛନ୍ତି। ଏହି ପାୱାର ଟିଲର ଦ୍ବାରା ଖରା ଓ ବର୍ଷା ଦିନରେ ଚାଷ ଜମିରେ ହଳ କରାଯାଇପାରୁଛି । ଅଧିକ ପଢନ୍ତୁ...

ଚାଷୀଙ୍କ ହାତ ତିଆରି କୃଷି ଯନ୍ତ୍ରପାତି, ଲକଡାଉନ ଦେଲା ପ୍ରେରଣା
ଚାଷୀଙ୍କ ହାତ ତିଆରି କୃଷି ଯନ୍ତ୍ରପାତି, ଲକଡାଉନ ଦେଲା ପ୍ରେରଣା

By

Published : Aug 4, 2020, 5:01 PM IST

Updated : Aug 4, 2020, 6:22 PM IST

ବାଲେଶ୍ବର: କୋରୋନା କଟକଣା ପାଇଁ ଯେତେବେଳେ ଲକଡାଉନ ଘୋଷଣା କରାଯାଇଥିଲା ସେତେବେଳେ କିନ୍ତୁ ଜଣେ ଚାଷୀ ନିଜ ଚାଷ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ତିଆରି କରିଛନ୍ତି ଏକ ପାୱାର ଟିଲର । ସେ ପୁଣି ଏକ ଅଦରକାରୀ ସ୍କୁଟର ଇଂଜିନରୁ ତିଆରି ହୋଇଛି । ଏମିତି ଜଣେ ଚାଷୀଙ୍କ କାହାଣୀ ଆମେ ଦେଖାଇବାକୁ ଚାହିଁବୁ ।

ଲକଡାଉନ ଦେଲା ପ୍ରେରଣା, ଚାଷୀ ତିଆରି କଲେ କୃଷି ଯନ୍ତ୍ରପାତି

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କଣ୍ଟିଗଡ଼ିଆ ଗ୍ରାମର ଭାସ୍କର ମହାରଣା ଜଣେ ଚାଷୀ ହୋଇଥିବା ବେଳେ ତାଙ୍କର ଏକ କମାରଶାଳ ରହିଛି । ଲକଡାଉନ ଯୋଗୁଁ ଭାସ୍କର ଘରେ ବସି କିଛି ନୂଆ ଉଦ୍ଭାବନ ନେଇ ଚିନ୍ତା କରିଥିଲେ । ଏକ ଅଦରକାରୀ ସ୍କୁଟର ଇଞ୍ଜିନ ଓ ନିଜର କାରିଗରୀ ଜ୍ଞାନକୁ ଖଟାଇ ଭାସ୍କର ତିଆରି କଲେ ପାୱାର ଟିଲର । ନିଜସ୍ବ ଜ୍ଞାନ କୌଶଳରେ ଭାସ୍କର ସମ୍ପୂର୍ଣ୍ଣ ଭାବେ ଦେଶୀ ପ୍ରକ୍ରିୟାରେ ଏମିତି ପାୱାର ଟିଲର ତିଆରି କରିଛନ୍ତି । ଏହି ଯନ୍ତ୍ରପାତି ତିଆରି କରିବାରେ ତାଙ୍କ ପୁଅ ତାଙ୍କୁ ସହଯୋଗ କରିଛନ୍ତି । ଏହି ପାୱାର ଟିଲରଟିକୁ ତିଆରି କରିବା ପାଇଁ ତାଙ୍କୁ ୨ମାସ ସମୟ ଲାଗିଥିଲା । ଏଥିରେ ରାଜଦୂତ ମଟର ସାଇକେଲ ହ୍ୟାଣ୍ଡେଲ, ମଟର ସାଇକେଲ ଚେନ୍, ବୋଲେର ଡିସ୍, କବାଡିଆ ଏଙ୍ଗଲ ଓ ଲଙ୍ଗଳ ୨ଟିକୁ ବ୍ୟବହାର କରି ଏକ କାର୍ଯ୍ୟକ୍ଷମ ପାୱାର ଟିଲର ତିଆରି କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି ।

ଏହି ପାୱାର ଟିଲର ଦ୍ବାରା ଖରା ଓ ବର୍ଷା ଦିନରେ ବିଲରେ ହଳ କରାଯାଇପାରୁଛି । କାଦୁଅରେ ହଳ କରିବା ପାଇଁ କଷ୍ଟ ହେଉଥିବା ଜଣାପଡିଛି । ତେବେ ଭାସ୍କରଙ୍କୁ ସରକାରୀ ସ୍ତରରେ ସହଯୋଗ ମିଳିଲେ ସେ ଆଗକୁ ଆହୁରି ଏମିତି ନୂଆ ନୂଆ ଉଦ୍ଭାବନ କରି ପାରିବେ ବୋଲି ଅଞ୍ଚଳବାସୀ ମତ ରଖିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

Last Updated : Aug 4, 2020, 6:22 PM IST

For All Latest Updates

ABOUT THE AUTHOR

...view details