ବାଲେଶ୍ବର: ଧାନ କିଣାନଯିବାରୁ ତାତିଲେ ଚାଷୀ । ଉତ୍ତ୍ୟକ୍ତ ହୋଇ ମଣ୍ଡିରେ କର୍ମଚାରୀଙ୍କୁ ପକାଇଲେ ତାଲା । ବାଲେଶ୍ବର ଜିଲ୍ଲା ଆଳଦା ସେବା ସମବାୟ ସମିତିରେ ଉପୁଜିଛି ଏପରି ସ୍ଥିତି ।
ସୂଚନାନୁଯାୟୀ, ଅଳଦା ସମବାୟ ସମିତିରେ 18 ହଜାର କ୍ବିଣ୍ଟାଲ ଧାନ କିଣାଯିବାର ଥିଲା । ହେଲେ ବର୍ତ୍ତମାନ ସୁଦ୍ଧା 4 ହଜାର କ୍ବିଣ୍ଟାଲ କିଣାଯାଇଛି । ତେବେ ବଳକା ଧାନ କିଣାନଯିବାରୁ ମଧା, ଅଳଦା, ଅଭଣା, ବରମପୁର, ଖରାସାହାପୁର, ଗ୍ରାମର ଶତାଧିକ ଚାଷୀ ସେବା ସମବାୟ ସମିତିରେ ସଭାପତି ଲକ୍ଷ୍ମୀଧର ଜେନାଙ୍କୁ ଗଛରେ ବାନ୍ଧି ଦେଇଥିଲେ । ଏଥି ସହିତ ଅନ୍ୟ କର୍ମଚାରୀଙ୍କୁ ଘର ଭିତରେ ତାଲା ପକାଇଥିଲେ ।