ବାଲେଶ୍ବର: ଧାନ କିଣାରେ ଅନିୟମିତତା ନେଇ ବାଲେଶ୍ବରରେ ତାତିଲେ ଚାଷୀ । ଏନେଇ ଶୁକ୍ରାବର ଜିଲ୍ଲା ଜଳେଶ୍ବର ବ୍ଲକ ଚାପଲା ସେବା ସମବାୟ ସମିତି ସମ୍ମୁଖରେ ଚାଷୀମାନେ ବିକ୍ଷୋଭ କରିଛନ୍ତି ।
ଧାନ କିଣାରେ ଅନିୟମିତତା ନେଇ ତାତିଲେ ଚାଷୀ - ଧାନ କିଣା ଅନିୟମିତତା ନେଇ ଚାଷୀ ବିକ୍ଷୋଭ
ଧାନ କିଣାରେ ଅନିୟମତିତା ନେଇ ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ସେବା ସମବାୟ ସମିତି ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ । ଅଧିକ ପଢନ୍ତୁ...
ସୂଚନା ମୁତାବକ, ଚାଷୀମାନଙ୍କ ପାଖରୁ ଧାନ ନେବାରେ ଅନିୟମିତତା ସହ ଧାନର କୌଣସି ମାନ ନିରୂପଣ ବିନା ଧାନ କ୍ରୟ କରାଯାଉଛି । ଯାହାକୁ ବିରୋଧ କରି ଚାଷୀମାନେ ଏମିତି ବିକ୍ଷୋଭ କରିଛନ୍ତି । ସମବାୟ ସମିତିର ସେକ୍ରେଟେରୀ ସୌମିତି ପରମାଣିକ ମନଇଚ୍ଛା 7 ରୁ 8 କେଜି ଧାନ କାଟୁଛନ୍ତି । ଏହାସହ ଗୋଟିଏ ପରିବାରରୁ ଦୁଇ ଜଣଙ୍କ ନାଁରେ ଟୋକନ ଆସିବା ଓ ଯୋଗ୍ୟ ଚାଷୀ ଧାନ ମଣ୍ଡିରେ ଧାନ ବିକ୍ରି କରିବାକୁ ସୁଯୋଗ ପାଉନଥିବା ଭଳି ଅଭିଯୋଗ ହୋଇଛି । ଏଣୁ ସମ୍ପୃକ୍ତ ସେକ୍ରେଟେରୀଙ୍କୁ ଅନ୍ୟତ୍ର ବଦଳି ପାଇଁ ଚାଷୀମାନେ ଅଡି ବସିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ