ଓଡିଶା

odisha

By

Published : Mar 10, 2023, 12:49 PM IST

ETV Bharat / state

କଦଳୀ ଗଛ କଟାକୁ ନେଇ ତୁମୁଳ କାଣ୍ଡ, ପଡୋଶୀଙ୍କ ଆକ୍ରମଣରେ ଗୋଟିଏ ପରିବାରର ୪ ଗୁରୁତର

ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳର ନଇଛଣପୁର ଗ୍ରାମରେ କଦଳୀ ଗଛ କଟାକୁ ନେଇ ତୁମୁଳ କାଣ୍ଡ । ପଡୋଶୀଙ୍କ ଆକ୍ରମଣରେ ଗୋଟିଏ ପରିବାରର ୪ ଗୁରୁତର ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ

attacked for past enmity
attacked for past enmity

attacked for past enmity

ବାଲେଶ୍ବର: ପୂର୍ବ ଶତ୍ରୁତାକୁ ନେଇ ତୁମୁଳ କାଣ୍ଡ । କଦଳୀ ଗଛ କାଟିବାକୁ ନେଇ ମରଣାନ୍ତକ ଆକ୍ରମଣ । ଗୋଟିଏ ପରିବାରର ଜଣଙ୍କୁ ମରଣାନ୍ତ୍ରକ ଆକ୍ରମଣ କରିଲେ ଦୁର୍ବୃତ୍ତ । ଏଭଳି ଅଭିଯୋଗ ହୋଇଛି ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳର ନଇଛଣପୁର ଗ୍ରାମରେ । ରମେଶ ମଲ୍ଲିକଙ୍କ ପରିବାରର ୪ଜଣ ସଦସ୍ୟଙ୍କ ଉପରକୁ ୧୦ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଜଣାପଡିଛି । ସମସ୍ତ ଗୁରୁତରମାନଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଖନ୍ତାପଡ଼ା ଥାନା ନଇଛଣପୁର ଗାଁର ରମେଶ ମଲ୍ଲିକଙ୍କ ପରିବାର ଗତକାଲି(ଗୁରୁବାର) ରାତିରେ ଖାଇପିଇ ଘରେ ଶୋଇଥିଲେ । ଏତିକି ବେଳେ ପ୍ରାୟ 10ଜଣ ଦୁର୍ବୃତ୍ତ ଆସି ଘରର କବାଟ ବାଡେଇ ଥିଲେ । କବାଟ ଖୋଲିବା ପରେ ହଠାତ ଦୁର୍ବୃତ୍ତମାନେ ଘରେ ପଶି ରମେଶଙ୍କ ସମେତ ତାଙ୍କ ପରିବାର ଲୋକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ । ଖଣ୍ଡା ଭୁଜାଲିରେ ଅତର୍କିତ ଆକ୍ରମଣ କରିଥିଲେ । ଏଥିରେ ରମେଶଙ୍କ ସମେତ ସ୍ତ୍ରୀ ସରସ୍ୱତୀ, ପୁଅ ଖଗେନ୍ଦ୍ର ଓ ପର୍ଶୁରାମ ଗୁରୁତର ଭାବେ ଆହତ ହୋଇଛନ୍ତି ।

ସମସ୍ତଙ୍କୁ ପ୍ରଥମେ ଖନ୍ତାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ରମେଶଙ୍କ ସ୍ତ୍ରୀ ସରସ୍ବତୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ତେବେ ସବୁଠାରୁ ବଡ କଥା ହେଲା ଏକ କଦଳୀ ଗଛ କାଟିବାକୁ ନେଇ ଏଭଳି ଆକ୍ରମଣ କରାଯାଇଥିବା ଜଣାପଡିଛି । ରମେଶଙ୍କ ପଡୋଶୀ ମାଧିଆ ସନ୍ଦିବିଗ୍ରହଙ୍କ ଏକ କଦଳୀ ଗଛ ରମେଶଙ୍କ ବାଡ଼ ଉପରେ ନଇଁ ପଡିଥିଲା । ଗଛ କାଟିବା ପାଇଁ ରମେଶ ମାଧିଆଙ୍କୁ ବାରମ୍ବାର କହିଥିଲେ ମଧ୍ୟ ମାଧିଆ ଏଥିପ୍ରତି ଧ୍ୟାନ ଦେଇ ନଥିଲେ। ଏହାପରେ ରମେଶ ତାଙ୍କ ବାଡ଼ ଉପରେ ପଡିଥିବା କଦଳୀ ଗଛଟିକୁ କାଟି ମାଧିଆଙ୍କ ବାଡିକୁ ଫିଙ୍ଗି ଦେଇଥିଲେ । ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ମାଧିଆ କ୍ରୋଧାନ୍ବିତ ହୋଇ ଗତରାତିରେ କିଛି ଅସାମାଜିକ ବ୍ୟକ୍ତିଙ୍କ ସହଯୋଗରେ ରମେଶଙ୍କ ପରିବାର ଉପରେ ଆକ୍ରମଣ କରାଇଥିବା ଜଣାପଡିଛି । ଅନ୍ୟପଟେ ଖନ୍ତାପଡ଼ା ପୋଲିସ ଏହି ଘଟଣାର ତଦନ୍ତ କରିବା ସହ ମାଧିଆ ଓ ତାଙ୍କ ଝିଅଙ୍କୁ ଅଟକ ରଖିଥିବା ବେଳେ ମାଧିଆଙ୍କ ଜ୍ବାଇଁ ଅଶୋକ ଓ ତାଙ୍କର 4 ଜଣ ସହଯୋଗୀ ଫେରାର ଥିବା ଜଣାପଡିଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details