ଓଡିଶା

odisha

ବାଲେଶ୍ବରରୁ ଉଠିଲା ଧାରଣା, ଏବେ ଭୁବନେଶ୍ବରର ପାଳି

By

Published : Nov 29, 2019, 11:54 PM IST

ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି ଫକୀର ମୋହନ ବିଶ୍ବବିଦ୍ୟାଳୟର ବିଏଡ଼ ଓ ଏମଏଡ଼ ଛାତ୍ରଛାତ୍ରୀ । ଶନିବାର ଛାତ୍ରଛାତ୍ରୀମାନେ ଭୁବନେଶ୍ବରରେ ଧାରଣା ଦେବେ ।

Fakir mohan college students strike calls off
ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଫକୀର ମୋହନ ବିଶ୍ବବିଦ୍ୟାଳୟର ବିଏଡ଼ ଓ ଏମଏଡ଼ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଇଥିବା ଧାରଣା ପ୍ରତ୍ୟାହାର କରିଛନ୍ତି । ଶନିବାର ଛାତ୍ରଛାତ୍ରୀମାନେ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବେ ଏବଂ ସେଠାରେ ଧାରଣା ଦେବା ନେଇ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଗତ 4 ଦିନ 3 ରାତି ଧାରଣାରେ ବସିବା ପରେ ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଠାକୁର ରଣଜିତ ଦାସ ଧାରଣାରତ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । ସେମାନଙ୍କ ଦାବି ନେଇ ଜିଲ୍ଲାପାଳ ନେଇଥିବା ପଦକ୍ଷେପ ସମ୍ପର୍କରେ ଖୋଦ୍‌ ଆସି ଛାତ୍ରଛାତ୍ରୀଙ୍କୁ ଜଣାଇଥିଲେ । ଏହା ପରେ ଛାତ୍ରଛାତ୍ରୀ ଧାରଣାରୁ ଉଠିଥିଲେ ।

ଶନିବାର ଫକୀର ମୋହନ ବିଶ୍ଵବିଦ୍ୟାଳୟ ଓ ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟରୁ ପଦଯାତ୍ରାରେ ଆସିଥିବା ଛାତ୍ରଛାତ୍ରୀମାନେ ଏକଜୁଟ ହୋଇ ଭୁବନେଶ୍ବରରେ ଧାରଣା ଦେବେ ବୋଲି କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details