ଓଡିଶା

odisha

By

Published : Apr 26, 2021, 10:55 PM IST

ETV Bharat / state

ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

ଫକୀର ମୋହନ କଲେଜ ସମ୍ମୁଖରେ ଯୁକ୍ତଦୁଇର ଛାତ୍ରଛାତ୍ରୀ ପରୀକ୍ଷା ବାତିଲ ନେଇ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା
ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

ବାଲେଶ୍ଵର: ଫକୀର ମୋହନ କଲେଜ ସମ୍ମୁଖରେ ଯୁକ୍ତଦୁଇର ଛାତ୍ରଛାତ୍ରୀ ପରୀକ୍ଷା ବାତିଲ ନେଇ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା ।

ପ୍ରଥମରୁ ଅନଲାଇନ ଶିକ୍ଷାଦାନ ଘୋଷଣା କରାଯାଇଥିବାବେଳେ ଅଧିକାଂଶ ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ସୁବିଧା ପାଇବାରେ ବଞ୍ଚିତ ହୋଇଛନ୍ତି । ସରକାର 100 ଦିନ କଲେଜରେ ଶିକ୍ଷାଦାନ କରି ପରୀକ୍ଷା କରିବାକୁ ଘୋଷଣା କରିଥିଲେ ମଧ୍ୟ 100 ଦିନ ହେବା ପୂର୍ବରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାକୁ ଘୋଷଣା କରିଦିଆଗଲା ।

ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

ଯାହାଦ୍ୱାରା ପିଲାଙ୍କର ପାଠ୍ୟକ୍ରମ ସମ୍ପୂର୍ଣ୍ଣ ହୋଇପାରି ନାହିଁ । ବର୍ତ୍ତମାନ ଏଭଳି ପରିସ୍ଥିତିରେ ଯଦି ପରୀକ୍ଷା କରାଯାଏ ତେବେ ଅନେକ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହେବାରେ ଅସୁବିଧା ଭୋଗିବେ । ଦାବି ପୂରଣ ନହେଲେ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିବି ଭାରତ

ABOUT THE AUTHOR

...view details