ଓଡିଶା

odisha

By

Published : Dec 23, 2022, 10:29 PM IST

ETV Bharat / state

AIIMS ନାଁରେ ମିଥ୍ୟା ନିଯୁକ୍ତି ବିଜ୍ଞପ୍ତି, ନିରାଶ ହୋଇ ଫେରିଲେ ଶତାଧିକ ଆଶାୟୀ

AIIMSରେ ନିଯୁକ୍ତି ପାଇଁ ମିଥ୍ୟା ନିଯୁକ୍ତି ବିଜ୍ଞାପନ । ଶତାଧିକ ଆଶାୟୀ ଆଜି ଫକୀର ମୋହନ ମେଡିକାଲ କଲେଜ ନିକଟରେ ପହଞ୍ଚିଥିଲେ । ଅଧିକ ପଢ଼ନ୍ତୁ

fake job advertisement
ମିଥ୍ୟା ନିଯୁକ୍ତି ବିଜ୍ଞାପନ

ମିଥ୍ୟା ନିଯୁକ୍ତି ବିଜ୍ଞାପନ

ବାଲେଶ୍ବର: ସୋସିଆଲ ମିଡିଆରେ ଘୁରି ବୁଲୁଛି ମିଥ୍ୟା ନିଯୁକ୍ତି ବିଜ୍ଞାପନ । ଚାକିରି ଆଶାରେ ଆସିରେ ହନ୍ତସନ୍ତ ହେଲେ ଆଶାୟୀ । ବାଲେଶ୍ବରରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଫକୀର ମୋହନ ମେଡିକାଲ କଲେଜରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ।

ମିଥ୍ୟା ନିଯୁକ୍ତି ବିଜ୍ଞାପନ

ବାଲେଶ୍ଵର ଏମ୍‌ସ ସାଟେଲାଇଟ୍‌ ସେଣ୍ଟରରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ସୋସିଆଲ୍ ମିଡିଆରେ ମିଛ ବିଜ୍ଞପ୍ତି ଘୁରି ବୁଲିଥିଲା । ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ, କିରାଣୀ, ଡାଟା ଏଣ୍ଟ୍ରି ଅପରେଟର ଭଳି 350 ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତିରେ ପ୍ରକାଶ ପାଇଥିଲା । ଡିସେମ୍ବର ମାସ 12 ତାରିଖରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏଥିରେ AIIMSର 5 ଜଣ ଅଧିକାରୀଙ୍କ ଜାଲ ଦସ୍ତଖତ ମଧ୍ୟ ରହିଛି ।

ଡିସେମ୍ବର ୨୩ ତାରିଖରେ ବାଲେଶ୍ଵର ରେମୁଣାଠାରେ ଥିବା ଫକୀର ମୋହନ ମେଡିକାଲ କଲେଜରେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାପାଇଁ ବିଜ୍ଞପ୍ତିରେ ଲେଖା ଯାଇଥିଲା । ଏହାକୁ ନେଇ ଶତାଧିକ ଆଶାୟୀ ଆଜି ଫକୀର ମୋହନ ମେଡିକାଲ କଲେଜ ନିକଟରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ଥିବା ସୁରକ୍ଷା କର୍ମୀ ଆଶାୟୀଙ୍କୁ ଭିତରକୁ ଯିବାକୁ ଦେଇ ନଥିଲେ । ଏହା ଏକ ମିଛ ବିଜ୍ଞପ୍ତି ବୋଲି ଜାଣିବା ପରେ ନିରାଶ ହୋଇଛନ୍ତି ଆଶାୟୀ ।

ଏହାକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । AIIMSରେ ନିଯୁକ୍ତି ପାଇଁ ଏହାର ଅଫିସିଆଲ ୱେବ୍‌ସାଇଟ୍‌ରେ ନୋଟିଫିକେଶନ ଆସିଥାଏ । ଯାହା ସମ୍ପୂର୍ଣ୍ଣ ଭାବେ AIIMS ୱେବସାଇଟରେ ଉପଲବ୍ଧ ହୋଇଥାଏ । ତେବେ ଯଦି ସୋସିଆଲ ମିଡିଆରେ ଏଭଳି ଏକ ମିଥ୍ୟା ବିଜ୍ଞପ୍ତି ଘୁରି ବୁଲୁଥିଲା ତେବେ ଏହାକୁ ନେଇ କାହିଁକି ସ୍ପଷ୍ଟ କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଆଶାୟୀ ।

ଏଭଳି କଳା କାରନାମା କରି କିଛି ଠକ ଶ୍ରେଣୀର ଲୋକ ଚାକିରି ଆଶାୟୀଙ୍କଠାରୁ ଟଙ୍କା ଲୁଟିବା ଉଦ୍ଦେଶ୍ୟରେ ଏମିତି କରିଥିବା ସନ୍ଦେହ କରାଯାଉଛି । ଏହା ଗତ 12 ତାରିଖରୁ ଭାଇରାଲ ହୋଇଥିବା ବେଳେ ଶତାଧିକ ଆଶାୟୀ ମେଡିକାଲ କଲେଜ ଗେଟ ସମ୍ମୁଖରେ ହୋ ହାଲ୍ଲା କରିଥିଲେ । ପୋଲିସ ପହଞ୍ଚି ଆଶାୟୀମାନଙ୍କୁ ବୁଝାସୁଝା କରିବା ପରେ ଶେଷରେ କୌଣସି ଉପାୟ ନପାଇ ଘରକୁ ଫେରିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଭାଇରାଲ କରାଯାଉଥିବା ଏମିତି ବିଜ୍ଞପ୍ତି ଉପରେ କେବେ ରୋକ ଲାଗିବ । ଅନ୍ୟପଟେ ଆଶାୟୀମାନେ ଏସବୁ ମିଛ ଅପପ୍ରଚାରକୁ ନେଇ ତର୍ଜମା କରିବାର ଆବଶ୍ୟକତା ରହିଛି ।

ABOUT THE AUTHOR

...view details