ବାଲେଶ୍ବର: ସଦର ଉପନିର୍ବାଚନ ପାଇଁ କଂଗ୍ରେସ, ବିଜେଡି ଓ ବିଜେପିର ରାଜ୍ୟସ୍ତରୀୟ ନେତାମନ୍ତ୍ରୀ ବାଲେଶ୍ୱରରେ ପ୍ରଚାର କରୁଛନ୍ତି। ହେଲେ ଶାସକ ବିଜେଡିର ଅଧିକାଂଶ ମନ୍ତ୍ରୀ ବାଲେଶ୍ୱରରେ ପ୍ରଚାର ପାଇଁ ବ୍ୟସ୍ତ ଥିବାବେଳେ ଓଡ଼ିଶାର ଲୋକଙ୍କ କଥା ବୁଝୁ ନଥିବା ବିଜେପି ସାଂସଦ ସୁରେଶ ପୂଜାରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ବାଲେଶ୍ବରରେ ଡେରା ପକାଇଛନ୍ତି ନେତାମନ୍ତ୍ରୀ, ଟାର୍ଗେଟ କଲା ବିଜେପି - balasore byelection latest news
ଉପନିର୍ବାଚନରେ ନେତାମନ୍ତ୍ରୀଙ୍କୁ ନେଇ ବିଜେପି ବିଜେଡି ମୁହାଁମୁହିଁ । ବିଜେଡି ଓ ବିଜେପି ଦଳର ରାଜ୍ୟସ୍ତରୀୟ ନେତାମନ୍ତ୍ରୀ ବାଲେଶ୍ୱରରେ ପ୍ରଚାର କରୁଛନ୍ତି। ଅଧିକ ପଢନ୍ତୁ...

ଉପନିର୍ବାଚନରେ ନେତାମନ୍ତ୍ରୀଙ୍କୁ ନେଇ ବିଜେପି ବିଜେଡି ମୁହାଁମୁହିଁ
ଉପନିର୍ବାଚନରେ ନେତାମନ୍ତ୍ରୀଙ୍କୁ ନେଇ ବିଜେପି ବିଜେଡି ମୁହାଁମୁହିଁ
ସୁରେଶ କହିଛନ୍ତି ଯେ, କୋଭିଡ ପରିସ୍ଥିତି ବେଳେ ଶାସକ ଦଳର ମନ୍ତ୍ରୀମାନେ ବାଲେଶ୍ଵରରେ ରହିବା ସମୀଚିନ ନୁହଁ। ସଚିବାଳୟ ଫାଙ୍କା କରି ବାଲେଶ୍ଵର ଲୋକଙ୍କୁ ନିର୍ବାଚନ ବେଳେ ମନ୍ତ୍ରୀମାନେ ପ୍ରଭାବିତ କରୁଥିବା ସେ କହିଛନ୍ତି। ଏସବୁ କଥାର କଡା ଜବାବ ବିଜେଡି ରଖିଛି। ବିଜେଡି ରାଜ୍ୟସଭା ସାଂସଦ ସୁବାସ ସିଂ କହିଛନ୍ତି ସବୁ ମନ୍ତ୍ରୀ ବିଜେଡିର ଜଣେ ଜଣେ କର୍ମୀ। ନିର୍ବାଚନ ପ୍ରଚାରରେ ସେମାନେ ରହିବା କିଛି ଭୁଲ ନୁହେଁ। ରାଜ୍ୟର ବିକାଶ କଥା ଏବେ ଭର୍ଚୁଆଲରେ ଚାଲିଛି। କିଏ କଣ କହିଦେଲେ ବିଜେଡି ତାଙ୍କ ହିସାବରେ ଚାଲିବ ନାହିଁ ବୋଲି ସୁବାସ କହିଛନ୍ତି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ