ବାଲେଶ୍ୱର: ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ପକ୍ଷରୁ ସୋର, ଖଇରା ଓ ସିମୁଳିଆରେ ବିଭିନ୍ନ ଅଞ୍ଚଳର ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ 4ଜଣଙ୍କୁ ଗିରଫ କରାଯାଇଛି ।
ବାଲେଶ୍ବରରେ ବଢୁଛି ବେଆଇନ ମଦ କାରବାର, 4 ଗିରଫ - ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ
ବାଲେଶ୍ୱର ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ପକ୍ଷରୁ ସୋର, ଖଇରା ଓ ସିମୁଳିଆରେ ବିଭିନ୍ନ ଅଞ୍ଚଳର ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ 4ଜଣଙ୍କୁ ଗିରଫ କରାଯାଇଛି ।
![ବାଲେଶ୍ବରରେ ବଢୁଛି ବେଆଇନ ମଦ କାରବାର, 4 ଗିରଫ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ](https://etvbharatimages.akamaized.net/etvbharat/prod-images/768-512-8367643-935-8367643-1597064036668.jpg)
ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ
ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ
ଖଇରା ବ୍ଲକ୍ ଗଣ୍ଡିବେଡ ଅଞ୍ଚଳରୁ ମମତା ବେହେରାଙ୍କ ନିକଟରୁ ୩ ଲିଟରରୁ ଉର୍ଦ୍ଧ୍ୱ ବିଦେଶୀ ମଦ, କୁପାରୀ ଅଞ୍ଚଳର ସମ୍ବୁନାଥ ମୁଖିଙ୍କ ନିକଟରୁ ୫ ଲିଟର ଦେଶୀ ମଦ ଓ ମୋନିକା ଦାସଙ୍କ ନିକଟରୁ ୫ ଲିଟର ଦେଶୀ ମଦ, ସିମୁଳିଆ ଥାନା ମଇତାପୁର କଇଁଗଢିଆ ଅଞ୍ଚଳର ମିନତି ସିଂଙ୍କ ନିକଟରୁ ୨୦ ଲିଟର ଦେଶୀ ମଦ ଜବତ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।
ବାଲେଶ୍ୱରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ