ଓଡିଶା

odisha

ETV Bharat / state

ନିର୍ବାଚନ ପାଇଁ ତତ୍ପର ଅବକାରୀ ବିଭାଗ: 12 ହଜାର ଲିଟର ପୋଚ ନଷ୍ଟ, 1885 ଲିଟର ଦେଶୀ ମଦ ଜବତ - ବାଲେଶ୍ବର ଖବର

ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାର । ନୀଳଗିରି ଓ ପୁରୁଣା ବାଲେଶ୍ଵର ଅଞ୍ଚଳରେ ଚଢ଼ାଉ । 12 ହଜାର ଲିଟର ପୋଚ ନଷ୍ଟ କରିବା ସହ 1885 ଲିଟର ଦେଶୀ ମଦ ଜବତ । ଅଧିକ ପଢନ୍ତୁ

ନିର୍ବାଚନ ପାଇଁ ତତ୍ପର ଅବକାରୀ ବିଭାଗ: ୧୨ ହଜାରରୁ ଉର୍ଦ୍ଧ୍ବ ପୋଚ ନଷ୍ଟ,1885 ଲିଟର ଦେଶୀ ମଦ ଜବତ
ନିର୍ବାଚନ ପାଇଁ ତତ୍ପର ଅବକାରୀ ବିଭାଗ: ୧୨ ହଜାରରୁ ଉର୍ଦ୍ଧ୍ବ ପୋଚ ନଷ୍ଟ,1885 ଲିଟର ଦେଶୀ ମଦ ଜବତ

By

Published : Jan 28, 2022, 8:29 PM IST

ବାଲେଶ୍ବର:ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାର । ଏନେଇ ବାଲେଶ୍ବର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ଏହାସହ ବିପୁଳ ପରିମାଣର ପୋଚ ନଷ୍ଟ ସହ ଦେଶୀମଦ ଜବତ କରାଯାଇଛି।

ନିର୍ବାଚନ ପାଇଁ ତତ୍ପର ଅବକାରୀ ବିଭାଗ: ୧୨ ହଜାରରୁ ଉର୍ଦ୍ଧ୍ବ ପୋଚ ନଷ୍ଟ,1885 ଲିଟର ଦେଶୀ ମଦ ଜବତ

ସୂଚନା ଅନୁସାରେ, ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଅବକାରୀ ବିଭାଗ ତତ୍ପର ହୋଇଛି। ଗାଁ ଗାଁରେ ଦେଶୀ ମଦ ବେପାର ଉପରେ ରୋକ ଲଗାଇବା ପାଇଁ ଅବକାରୀ ବିଭାଗ ନୀଳଗିରି ଓ ପୁରୁଣା ବାଲେଶ୍ଵର ଅଞ୍ଚଳରେ ଚଢ଼ାଉ କରିଛି ।

ଏହାବି ପଢନ୍ତୁ :ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ, ଦିନ ଦ୍ବିପ୍ରହରେ ଝାମ୍ପି ନେଲେ ୩ ଲକ୍ଷ

12 ହଜାର ଲିଟର ପୋଚ ନଷ୍ଟ କରିବା ସହ 1 ହଜାର 885 ଲିଟର ଦେଶୀ ମଦ ଜବତ କରିଛି। ଏହାସହ 9 ଟି ମାମଲା ରୁଜୁ ହୋଇଥିବା ବେଳେ 6 ଜଣଙ୍କୁ ଗିରଫ କରାଯାଇଛି। ଏହାସହ ଅଧିକ ତଦନ୍ତ ଜାରି କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details