ବାଲେଶ୍ଵର: ବିଜୁ ଯୁବ ଜନତା ଦଳର ନବନିଯୁକ୍ତ ବାଲେଶ୍ଵର ଜୋନାଲ ସଭାପତିଙ୍କୁ ନେଇ ଏକ ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସମାବେଶର ଆରମ୍ଭରେ ନୂତନ ସଭାପତିଙ୍କୁ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ନବ ନିଯୁକ୍ତ ଜୋନାଲ ସଭାପତି ଯୁବକମାନଙ୍କ ବେକାରୀ ସମସ୍ୟା ଦିଗରେ ଯତ୍ନବାନ ହେବା ସହ ବାଲେଶ୍ଵରରେ ଯେଉଁ ପ୍ରକାରର କମ୍ପାନୀ ସବୁ ବନ୍ଦ ହେବାକୁ ବସିଲାଣି ସେ ଦିଗରେ ଦୃଷ୍ଟି ଦେବେ ବୋଲି କହିଛନ୍ତି।
ଯୁବକଙ୍କ ବେକାରୀ ସମସ୍ୟା ଉପରେ ଗୁରୁତ୍ବାରୋପ - ବାଲେଶ୍ଵର
ବିଜୁ ଯୁବ ଜନତା ଦଳର ନବନିଯୁକ୍ତ ବାଲେଶ୍ଵର ଜୋନାଲ ସଭାପତିଙ୍କୁ ନେଇ ଏକ ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ଯୁବକଙ୍କ ବେକାରୀ ସମସ୍ୟା ଉପରେ ଗୁରୁତ୍ବାରୋପ କରାଯାଇଥିଲା । ଅଧିକ ପଢନ୍ତୁ...
ଯୁବକଙ୍କ ବେକାରୀ ସମସ୍ୟା ଉପରେ ଗୁରୁତ୍ବାରୋପ
ଏହାସହ ଯୁବକମାନଙ୍କୁ ନେଇ ସାଧାରଣ ଲୋକଙ୍କ ପାଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡିର ଲୋକାଭିମୁଖୀ କାର୍ଯ୍ୟ ସମ୍ପର୍କରେ ପହଞ୍ଚି ଲୋକଙ୍କ କଥା ବୁଝିବା ପାଇଁ ଆହ୍ବାନ ଦିଆଯାଇଥିଲା।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ