ବାଲେଶ୍ବର: ଫେରାର ଥିବା ନାବାଳକ ଏବଂ ନାବାଳିକାଙ୍କୁ ଉଦ୍ଧାର କଲା ସୋର ପୋଲିସ । ବାଲେଶ୍ବର କୁଶଗଡିଆ ଅଞ୍ଚଳରୁ ଏମାନଙ୍କୁ ଉଦ୍ଧାର କରାଯାଇଛି । ପୋକ୍ସୋ ଆକ୍ଟ ଅନୁଯାୟୀ ନାବାଳକକୁ ଗିରଫ କରିଛି ପୋଲିସ । ଅନ୍ୟପଟେ ନାବାଳିକାକୁ ସୁଧାର ଗୃହକୁ ପଠାଇ ଦିଆଯାଇଛି ।
ଫେରାର ନାବାଳକ ଓ ନାବାଳିକା ଉଦ୍ଧାର - sora police
ବାଲେଶ୍ବର କୁଶଗଡିଆ ଅଞ୍ଚଳରୁ ଫେରାର ଥିବା ନାବାଳକ ଏବଂ ନାବାଳିକାଙ୍କୁ ଉଦ୍ଧାର କଲା ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ସୂଚନା ମୁତାବକ, ଗତ ଏପ୍ରିଲ 12ରୁ ସାଉଡ଼ ଫାଣ୍ଡି ଖରିଦା ଅଞ୍ଚଳର ନାବାଳକ ଜଣେ ନାବାଳିକାଙ୍କ ସହ ଫେରାର ହୋଇଯାଇଥିଲେ । ଏନେଇ ନାବାଳିକାଙ୍କୁ ଅପହରଣ ଏବଂ ଦୁଷ୍କର୍ମ କରାଯାଇଥିବା ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ଆଉ ଏହାପରେ ପୋଲିସ ତଦନ୍ତ କରିଥିଲା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ