ବାଲେଶ୍ବର: ଜିଲ୍ଲାରେ ହାତୀ ଉପଦ୍ରବ । ଜିଲ୍ଲାର ବସ୍ତା ଅଞ୍ଚଳରେ ହାତୀ ମାନେ ବ୍ୟାପକ ପରିମାଣରେ ଫସଲ ନଷ୍ଟ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ବସ୍ତାରେ ହାତୀଙ୍କ ଉତ୍ପାତ,ବ୍ୟାପକ ଫସଲ ନଷ୍ଟ - ବାଲେଶ୍ବର ଜିଲ୍ଲାରେ ହାତୀ ଉପଦ୍ରବ
ବାଲେଶ୍ବର ଜିଲ୍ଲାରେ ହାତୀ ଉପଦ୍ରବ । ବସ୍ତା ଅଞ୍ଚଳରେ ହାତୀମାନେ ଫସଲ ନଷ୍ଟ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ବସ୍ତାରେ ହାତୀଙ୍କ ଉତ୍ପାତ,ବ୍ୟାପକ ଫସଲ ନଷ୍ଟ
ବସ୍ତାରେ ହାତୀଙ୍କ ଉତ୍ପାତ,ବ୍ୟାପକ ଫସଲ ନଷ୍ଟ
ବଲେଶ୍ବର ଜିଲ୍ଲା ବସ୍ତା ଅଞ୍ଚଳରେ ପତ୍ରଝଡା, କୁଶୁଡ଼ିହା, କୁରୁମଖୁଣ୍ଟା, ସରଡ଼ିହା, ମୁକୁନ୍ଦପୁର ଆଦି ଅଞ୍ଚଳରେ ହାତୀମାନେ ଫସଲ ନଷ୍ଟ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ହାତୀ ମାନେ ଶିମିଳିପାଳରୁ ପଶି ଆସୁଛନ୍ତି । ଏହି ଅଞ୍ଚଳର ଲୋକମାନେ ବିଶେଷ ଭାବେ ଚାଷ ଉପରେ ନିର୍ଭର କରୁଥିବା ବେଳେ ହାତୀମାନେ ଫସଲ ଦଳି ଦେଉଛନ୍ତି । ଲୋକମାନେ ହାତୀମାନଙ୍କୁ ନେଇ ଚିନ୍ତା ଓ ଭୟରେ ଥିବା ବେଳେ ବନବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ