ବାଲେଶ୍ବର: କିଛି ଦିନର ବ୍ୟବଧାନ ପରେ ନୀଳଗିରିରେ ପୁଣି ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ହାତୀପଲ ଜଙ୍ଗଲ ଛାଡି ଗାଁ ମୁହାଁ ହୋଇ ଘର ଭାଙ୍ଗିବା ସହ ଜଣେ ନାବାଳକକୁ ଆକ୍ରମଣ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ହେଲେ ସୌଭାଗ୍ୟବଶତଃ ନାବାଳକଟି ବର୍ତ୍ତି ଯାଇଛି ।
ନୀଳଗିରିରେ ମାତିଲେ ହାତୀ: ଭାଙ୍ଗିଲେ ଘର, ବର୍ତ୍ତିଲା ନାବାଳକ - ବର୍ତ୍ତିଲା ନାବାଳକ
ନୀଳଗିରିରେ ପୁଣି ହାତୀଙ୍କ ଉପଦ୍ରବ। ରାତି ଅଧରେ ଗାଁ ମୁହାଁ ଘର ଭାଙ୍ଗିବା ସହ ଜଣଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ହେଲେ ସୌଭାଗ୍ୟବଶତଃ ନାବାଳକଟି ବର୍ତ୍ତି ଯାଇଛି ।

ଡିଜାଇନ ଫଟୋ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ସୂଚନା ଅନୁଯାୟୀ, ଶନିବାର ରାତିରେ କୁଲଡିହା ଅଭୟାରଣ୍ୟ ଅନ୍ତର୍ଗତ ଗୁଡିଖୋଳା ଗାଁରେ ହାତୀପଲ ପଶି ବିର ହାଁସଦାଙ୍କ ଘର ଭାଙ୍ଗି ଦେଇଥିଲେ । ହେଲେ ସୌଭାଗ୍ୟବଶତଃ ଘରେ ଶୋଇଥିବା ନାବାଳକଟି ଅଳ୍ପକେ ବର୍ତ୍ତିଯାଇଛି । ଦିନକୁ ଦିନ ନୀଳଗିରିରେ ହାତୀ ଉପଦ୍ରବ ବଢି ଚାଲିଥିବା ବେଳେ ବନ ବିଭାଗର ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସ୍ଥାନୀୟ ଲୋକେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ