ଓଡିଶା

odisha

ETV Bharat / state

ଦୁଗ୍ଧ ଶୀତଳୀ କେନ୍ଦ୍ରରେ ଅଘଟଣ, ବିଦ୍ୟୁତ ଆଘାତରେ ଜଣେ ମୃତ

ସର୍ଟ ସର୍କିଟରେ ବାଲେଶ୍ବର ଜିଲ୍ଲାରେ ପୁଣି ଜଣଙ୍କ ମୃତ୍ୟୁ ହୋଇଛି । କିଛିଦିନ ତଳେ ମଧ୍ୟ ବିଦ୍ୟୁତ ଆଘାତରେ 2ଜଣଙ୍କ ମୃତ୍ୟୁ ଘଟିଥିଲା ।

By

Published : Aug 25, 2019, 5:39 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକରେ ଥିବା ‘ବାମୁଲ ଦୁଗ୍ଧ ଶୀତଳୀ କେନ୍ଦ୍ର’ରେ ଏକ ଦୁଃଖଦ ଘଟଣା ଘଟିଛି । ବାମୁଲ ଦୁଗ୍ଧ ଶୀତଳୀ କେନ୍ଦ୍ରରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲିଆପାଳ ଥାନା ଅନ୍ତର୍ଗତ କରଞ୍ଜ ଗ୍ରାମର ଅଶ୍ବିନୀ ଗିରି ଆଜି ସକାଳୁ ବାମୁଲ ଦୁଗ୍ଧ ଶୀତଳୀ କେନ୍ଦ୍ରକୁ କାମ କରିବାକୁ ଆସିଥିଲେ । ତେବେ କାମ କରିବା ସମୟରେ ଅଶ୍ବିନୀଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ବିଦ୍ୟୁତ ଆଘାତରେ ଅଶ୍ବିନୀ ସଜ୍ଞାହୀନ ହୋଇ ପଡିଥିଲେ।

ବାମୁଲ କମ୍ପାନୀର ଅନ୍ୟ କର୍ମଚାରୀ ମାନେ ଅଶ୍ବିନୀଙ୍କୁ ସଜ୍ଞାହୀନ ଅବସ୍ଥାରେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତୁରନ୍ତ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details