ଓଡିଶା

odisha

By

Published : May 28, 2021, 2:12 PM IST

ETV Bharat / state

ବାତ୍ୟା ପରେ ବିଦ୍ୟୁତ ସେବା ବିଚ୍ଛିନ୍ନ, କାର୍ଯ୍ୟ ଜାରି ରହିଛି କହିଲେ ଶକ୍ତିମନ୍ତ୍ରୀ

ବାଲେଶ୍ବର ଜିଲ୍ଲାରେ ପୁନଃ ବିଦ୍ୟୁତ ସେବା ଯୋଗାଇବା ପାଇଁ କାର୍ଯ୍ୟ ଜାରି ରହିଛି ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ବାତ୍ୟା ପରେ ବିଦ୍ୟୁତ ସେବା ବିଚ୍ଛିନ୍ନ, କାର୍ଯ୍ୟ ଜାରି ରହିଛି କହିଲେ ଶକ୍ତିମନ୍ତ୍ରୀ
ବାତ୍ୟା ପରେ ବିଦ୍ୟୁତ ସେବା ବିଚ୍ଛିନ୍ନ, କାର୍ଯ୍ୟ ଜାରି ରହିଛି କହିଲେ ଶକ୍ତିମନ୍ତ୍ରୀ

ବାଲେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟସ୍‌ ବାଲେଶ୍ବର ଜିଲ୍ଲାରେ ତାଣ୍ଡବ ରଚିଥିଲା । ବାତ୍ୟା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । ତେବେ ଜିଲ୍ଲାରେ ପୁନଃ ବିଦ୍ୟୁତସେବା ଯୋଗାଇବା ପାଇଁ କାର୍ଯ୍ୟ ଜାରି ରହିଥିବା ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।

ବାତ୍ୟା ପରେ ବିଦ୍ୟୁତ ସେବା ବିଚ୍ଛିନ୍ନ, କାର୍ଯ୍ୟ ଜାରି ରହିଛି କହିଲେ ଶକ୍ତିମନ୍ତ୍ରୀ

ବାତ୍ୟା ଯୋଗୁଁ ପ୍ରବଳ ପବନ ବହିବା ଫଳରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବା ସହିତ ତାର ଛିଣ୍ଡି ପଡ଼ିଛି । ଏଣୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି । ସେସବୁ ତୁରନ୍ତ ମରାମତି ପାଇଁ ପ୍ରାୟ 2000 କର୍ମଚାରୀ ନିୟୋଜିତ ହୋଇଛନ୍ତି। ବିଦ୍ୟୁତ ସେବା ତୁରନ୍ତ ଯୋଗାଇବା ପାଇଁ ଶକ୍ତିମନ୍ତ୍ରୀ ଜିଲ୍ଲାରେ ସମୀକ୍ଷା କରୁଛନ୍ତି । ତେବେ ଯଥାସମ୍ଭବ ବିଦ୍ୟୁତ ସେବା ଠିକ କରିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି ସେ କହିଛନ୍ତି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟସ୍‌ ବାଲେଶ୍ବର ଜିଲ୍ଲାରେ ପ୍ରବଳ କ୍ଷୟକ୍ଷତି କରିଛି । ଜିଲ୍ଲାରେ ବଡ ବଡ ଗଛ ଉପୁଡି ପଡିବା ସହିତ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି । ତେବେ ସବୁ ସ୍ଥାନରେ ବିଦ୍ୟୁତ ତାର ଓ ଖୁଣ୍ଟକୁ ପୁନଃ ସ୍ଥାପନ କରାଯିବା ପ୍ରକ୍ରିୟା ଜାରି ରହିଛି । ଖୁବଶୀଘ୍ର ଜିଲ୍ଲାକୁ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details