ଓଡିଶା

odisha

ETV Bharat / state

ସ୍ବର ସାଜିଲା ଇଟିଭି ଭାରତ, ସ୍ବାଧିନତାର ସାତ ଦଶନ୍ଧି ପରେ ଜଳିଲା ବିଦ୍ୟୁତ ବଲବ୍

ସ୍ବାଧିନତାର ସାତ ଦଶନ୍ଧି ପରେ ମଧ୍ୟ ଗାଁରେ ପହଞ୍ଚିନଥିଲା ବିଜୁଳି ଆଲୁଅ । ଶେଷରେ ଇଟିଭି ଭାରତର ପ୍ରୟାସରେ ଗ୍ରାମରେ ପହଁଚିଛି ବିଦ୍ୟୁତ । ଅଧିକ ପଢନ୍ତୁ..

By

Published : Jul 22, 2020, 5:27 PM IST

ସ୍ବର ସାଜିଲା ଇଟିଭି ଭାରତ, ସ୍ବାଧିନତାର ସାତ ଦଶନ୍ଧି ପରେ ଜଳିଲା ବିଦ୍ୟୁତ
ସ୍ବର ସାଜିଲା ଇଟିଭି ଭାରତ, ସ୍ବାଧିନତାର ସାତ ଦଶନ୍ଧି ପରେ ଜଳିଲା ବିଦ୍ୟୁତ

ବାଲେଶ୍ଵର: ଜିଲ୍ଲା ସଦର ବ୍ଲକ ପରିଖି ବଳରାମଗଡ଼ିର 10ନଂ ୱାର୍ଡ ଯେଉଁଠି ସ୍ବାଧୀନତା ପରଠାରୁ ଲୋକମାନେ ବିଜୁଳି ଆଲୁଅରୁ ବଞ୍ଚିତ ହୋଇଥିଲେ । ଏହି ଖବର ଇଟିଭି ଭାରତରେ ପ୍ରକାଶ ପରେ ଗାଁ କୁ ହୋଇଛି ବିଦ୍ୟୁତ ସଂଯୋଗ । ଗ୍ରାମର 40 ପରିବାର ଆଜିର ଡିଜିଟାଲ ଯୁଗରେ ବି ଡିବିରି ଆଲୁଅ ଉପରେ ନିର୍ଭର କରୁଥିଲେ । ସଞ୍ଜ ନଇଁଲେ ଡିବିରି ଖୋଜା ପଡ଼ୁଥିଲା। ବିଜୁଳି ଆଲୁଅ ନଥିବାରୁ ପିଲାମାନେ ପାଠ ପଢିବାରେ ନାନା ଅସୁବିଧା ର ସମ୍ମୁଖୀନ ହେଉଥିଲେ। ଗର୍ଭବତୀ ମହିଳାମାନେ ଗର୍ଭାବସ୍ଥା ବେଳେ ଗରମ ଗୁଳୁଗୁଳି ଯୋଗୁଁ ସେମାନେ ଭୋଗୁଥଲେ ଅନେକ କଷ୍ଟ ଓ ଯାତନା ।

ସ୍ବର ସାଜିଲା ଇଟିଭି ଭାରତ, ସ୍ବାଧିନତାର ସାତ ଦଶନ୍ଧି ପରେ ଜଳିଲା ବିଦ୍ୟୁତ

ସେହିପରି ବୟସ୍କ ଲୋକମାନେ ମଧ୍ୟ ଗରମରୁ ରକ୍ଷା ପାଇବା ପାଇଁ ବିଞ୍ଚଣା ବ୍ୟବହାର କରୁଥିଲେ । 3 ବର୍ଷ ପୂର୍ବରୁ ଗ୍ରାମରେ ବିଦ୍ୟୁତ ଖୁଣ୍ଟ ବସିଥିଲା ହେଲେ ସଂଯୋଗ କରାଯାଇ ନଥିଲା । ଏସବୁ ସମସ୍ୟା ଓ ସାଧାରଣ ଲୋକଙ୍କର ଅସୁବିଧା ସମ୍ପର୍କରେ ଆମେ ଏନେଇ ପ୍ରଶାସନ ପାଖରେ ପହଞ୍ଚାଇଥିଲୁ । ଏହାପରେ ପ୍ରଶାସନିକ ସ୍ତରରେ ପଦକ୍ଷେପ ନିଆଯାଇ ଗ୍ରାମକୁ ବିଦ୍ୟୁତ ସଂଯୋଗ କରାଯାଇଛି ।


ଗ୍ରାମକୁ ବିଦ୍ୟୁତ ସଂଯୋଗ ହେବାପରେ ଲୋକଙ୍କ ମନରେ ଅନେକ ଖୁସି ଦେଖିବାକୁ ମିଳିଛି । ଏଥିପାଇଁ ଗ୍ରାମବାସୀ ଇଟିଭି ଭାରତର ପ୍ରୟାସକୁ ପ୍ରଶଂସା କରିଛନ୍ତି । ବୁଧବାର ସ୍ଥାନୀୟ ସରପଞ୍ଚ ନୂତନ ବିଦ୍ୟୁତ ସଂଯୋଗୀକରଣକୁ ଉଦଘାଟନ କରିବା ବେଳେ ଲୋକମାନେ ଏହାକୁ ଏକ ପର୍ବର ଆଖ୍ୟା ଦେଇଥିଲେ । ସମସ୍ତେ ଖୁସିରେ ବିଭୋର ହୋଇଥିବା ବାରି ହୋଇପଡ଼ୁଥିଲା ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details