ଓଡିଶା

odisha

ETV Bharat / state

କଲେଜ ନିର୍ବାଚନ ବାତିଲ ପରେ ଏଫ୍‌ଏମ୍‌ ଛାତ୍ରବର୍ଗଙ୍କ ପ୍ରତିକ୍ରିୟା - ବାଲେଶ୍ବର ଫକୀର ମୋହନ କଲେଜ

ରାଜ୍ୟର ସମସ୍ତ କଲେଜରେ ଚଳିତ ବର୍ଷ ନିର୍ବାଚନ ବାତିଲ ହେବାର ବିଜ୍ଞପ୍ତି ପରେ ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଇଟିଭି ଭାରତ ରିପୋର୍ଟର ବାଲେଶ୍ବର ଫକୀର ମୋହନ କଲେଜରେ ପହଞ୍ଚିଥିଲେ । ଆସନ୍ତୁ ଜାଣିବା ଛାତ୍ରମାନଙ୍କ ପ୍ରତିକ୍ରିୟା ..

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Aug 23, 2019, 2:41 PM IST

ବାଲେଶ୍ବର: ରାଜ୍ୟର ସମସ୍ତ କଲେଜରେ ଚଳିତ ବର୍ଷ ନିର୍ବାଚନ ବାତିଲ ହେବାର ବିଜ୍ଞପ୍ତି ଗତକାଲି ପ୍ରକାଶ ପାଇଛି । ଫଳରେ ବାଲେଶ୍ବର ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରନେତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଇଟିଭି ଭାରତ ରିପୋର୍ଟର ବାଲେଶ୍ବର ଫକୀର ମୋହନ କଲେଜରେ ପହଞ୍ଚିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ତେବେ ଆଶାୟୀ ପ୍ରାର୍ଥୀମାନେ ସୁଯୋଗ ହରାଇଥିବାରୁ ଦୁ୍ଃଖରେ ଭାଙ୍ଗି ପଡିଥିବା କହିଛନ୍ତି ଛାତ୍ରମାନେ । ଆଉ କେତେକ ଛାତ୍ରମାନେ ନିର୍ବାଚନ ବାତିଲ ପଦକ୍ଷେପକୁ ସ୍ବାଗତ କରିଛନ୍ତି । ସେହିପରି କଲେଜରେ ଗଣ୍ଡଗୋଳ ସୃଷ୍ଟିର ମୁଖ୍ୟ କାରଣ ବାହାର ନେତାଙ୍କ ମାତ୍ରାଧିକ ହସ୍ତକ୍ଷେପ ବୋଲି ଛାତ୍ରମାନେ କହିଥିଲେ।

ଏଥିସହ ଲିଙ୍ଗଡୋ କମିଶନ ନିୟମକୁ ଆହୁରି କଡାକଡି କରିବା ସହ କଲେଜ ନିର୍ବାଚନ ଶୃଙ୍ଖଳିତ ବ୍ୟବସ୍ଥା କରିବା ପାଇଁ କିଛି ଛାତ୍ରମାନେ ଦାବି କରିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details