ଓଡିଶା

odisha

ପିଲାଟି ବେଳରୁ ପାଣି ପିଉନାହାନ୍ତି 108ବର୍ଷୀୟ ବ୍ୟକ୍ତି ! ପାଣି ପିଇଲେ ହେଉଛି ବାନ୍ତି

By

Published : Jan 6, 2023, 10:28 PM IST

ବାଲେଶ୍ବର ଜିଲ୍ଲା ଦୋଳଗହିରା ଗାଁର 108 ବର୍ଷୀୟ କେଦାର ଗିରି । ଦଶ ବର୍ଷ ବୟସରୁ ସେ ପାଣି ପିଇବା ଛାଡି ଦେଇଛନ୍ତି । ଏପଟେ ସେ କହିଛନ୍ତି, "ମତେ ଶୋଷ ଲାଗେନି ସେଥିପାଇଁ ମୁଁ ସେଥିପାଇଁ ପାଣି ପିଏନି । ଅଧିକ ପଢନ୍ତୁ

elderly man kedargiri
elderly man kedargiri

elderly man kedargiri

ବାଲେଶ୍ୱର: ଜଳ ହିଁ ଜୀବନ । ଏହି କଥା ଆମେ ସବୁବେଳେ ଶୁଣିଛେ ଆଉ ଜାଣିଛେ ମଧ୍ୟ । ମାତ୍ର ଜଣେ ବ୍ୟକ୍ତି ଜୀବନ ତମାମ ପାଣି ନ ପିଇ ବଞ୍ଚିବା କେବେ ଶୁଣିଛନ୍ତି ? ହଁ ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ମନ୍ଦାରପୁର ପଞ୍ଚାୟତ ଦୋଳଗୋହିରା ଗାଁର 108 ବର୍ଷୀୟ କେଦାର ଗିରି ।

କେଦାର ଗିରି ଯିଏକି ପିଲା ଦିନରୁ ଆଜି ପର୍ଯ୍ୟନ୍ତ କେବେ ବି ପାଣି ପିଇ ନାହାଁନ୍ତି । ତାଙ୍କୁ ବର୍ତ୍ତମାନ ୧୦୮ବର୍ଷ ବୟସ । ତାଙ୍କର ପତ୍ନୀ ସ୍ଵର୍ଗାରୋହଣ କରିଥିବା ବେଳେ ଝିଅ 2 ଜଣ ବହୁ ବର୍ଷ ପୂର୍ବରୁ ବିବାହ କରି ଶାଶୁ ଘରକୁ ଚାଲି ଯାଇଥିଲେ। ତେବେ ଜରାଗ୍ରସ୍ତ ବାପାଙ୍କ ସେବା ସୁଶ୍ରୁଷା କରିବା ଲାଗି ବଡ ଝିଅ ଜ୍ବାଇଁ ଓ ତାଙ୍କ ପିଲାମାନେ କେଦାର ଗିରିଙ୍କ ଘରେ ରହୁଛନ୍ତି । କେଦାର କେବେ ପାଣି ପିଇ ନାହାନ୍ତି, ଖାଇଲା ବେଳେ ଖାଦ୍ୟ ତଣ୍ଟିରେ ଲାଗିଗଲେ କିମ୍ବା ହେକୁଟି ହେଲେ ମଧ୍ୟ ପାଣି ପିଅନ୍ତି ନାହିଁ । ପାଣି ପିଇବା ପାଇଁ କହିଲେ ସେ ରାଗିଯାଇ ଗାଳି ଦିଅନ୍ତି । ଆଜି ପର୍ଯ୍ୟନ୍ତ କେଦାର କୌଣସି ଜଟିଳ ରୋଗରେ ଆକ୍ରାନ୍ତ ହୋଇ ନାହାନ୍ତି । ତାଙ୍କୁ ରୋଗ ହେଲେ ଡାକ୍ତର ଆସନ୍ତି, ସାଲାଇନ ଲଗାନ୍ତି, ଔଷଧ ଦେଲେ ସେ ବିନା ପାଣିରେ ଢ଼ୋକି ଦିଅନ୍ତି ବୋଲି କହିଛନ୍ତି ତାଙ୍କ ପଡୋଶୀ ।

ତେବେ କେଦାରଙ୍କୁ ଯେତେବେଳେ ଦଶ ବାର ବର୍ଷ ବୟସ ହେଇଥିଲା, ସେହି ଦିନରୁ ସେ ପାଣି ପିଇବା ଛାଡି ଦେଇଛନ୍ତି। ପାଣି ପିଇଲେ ସେ ଅସୁସ୍ଥ ହୋଇଯାଆନ୍ତି ବୋଲି ଖୋଦ କହିଛନ୍ତି । ପାଣି ପିଇଲେ ସେ ବାନ୍ତି କରି ଦିଅନ୍ତି, ପାଣି ତାଙ୍କୁ ଭାରି ଫସକା ଲାଗୁଥିବା ସେ କହିଛନ୍ତି । 108 ବର୍ଷ ବୟସରେ ବି କେଦାର ଫିଟ ରହିବା ସହ ପୁରା ସ୍ପଷ୍ଟ ଭାବେ କଥା କହି ପାରୁଛନ୍ତି । ଏପରିକି ସେ ସମସ୍ତ ଖାଦ୍ୟ ମଧ୍ୟ ଗ୍ରହଣ କରିଥାନ୍ତି । ତେବେ ତାଙ୍କ ପାଖରେ ‘ମୁଁ ତୁମର ସାଥି ସଂଗଠନ’ ପହଞ୍ଚି ତାଙ୍କୁ ସମ୍ମାନିତ କରିଛି ।

ଏହା ମଧ୍ୟ ପଢନ୍ତୁ-ହନୁ ମଲାବେଳେ ସତ କହେ, ବିଜେଡି ମାନିଛି କେନ୍ଦ୍ର ଦେଉଥିଲା ଚାଉଳ : ଗୋଲକ ମହାପାତ୍ର

ଏନେଇ କେଦାର ଗିରି କହିଛନ୍ତି ଯେ,"ମତେ ଶୋଷ ଲାଗେନି ସେଥିପାଇଁ ମୁଁ ସେଥିପାଇଁ ପାଣି ପିଏନି । ମୋ ଦେହ ଅସୁସ୍ଥ ହେଲେ ଡାକ୍ତର ଆସିବେ ସାଲାଇନ ଦେବେ ଏବଂ କହିବେ ପାଣି ପିଇନି ଦେହ କୁଆଡୁ ସୁସ୍ଥ ରହିବ । ହେଲେ ମଧ୍ୟ ମୁଁ ପାଣି ପିଏନି। ପାଣି ପିଇବାକୁ ବାଧ୍ୟ କଲେ ମୁଁ ପାଣି ପିଏନି। କାରଣ ପାଣି ପିଇଲେ ମୋର ବାନ୍ତି ହୁଏ ।"

ଅନ୍ୟପଟେ କେଦାରଙ୍କ ପଡୋଶୀ କହିଛନ୍ତି, "ଆମେ ତାଙ୍କ ସହିତ ଚାଷ କାମ କରିଥିବା ବେଳେ ଆମେ ତାଙ୍କୁ କେବେ ପାଣି ପିଇବାର ଦେଖିନୁ । ତାଙ୍କୁ ଶୋଷ ଲାଗେନି ଆମେ ସମସ୍ତେ ପାଣି ପିଉଥିଲେ ସୁଦ୍ଧା ସେ ପାଣି ପିଅନ୍ତିନି । ଔଷଧ ମଧ୍ୟ ସେ ବିନା ପାଣିରେ ଢୋକି ଦିଅନ୍ତି ।"

ଇଟିଭି ଭାରତ, ବାଲେଶ୍ୱର

ABOUT THE AUTHOR

...view details