ଓଡିଶା

odisha

By

Published : Sep 27, 2020, 8:44 PM IST

ETV Bharat / state

ଥାନା ଆଗରେ ବୃଦ୍ଧ ଦମ୍ପତ୍ତିଙ୍କ ଆତ୍ମାହୁତି ଉଦ୍ୟମ !

ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ସମ୍ମୁଖରେ ବୃଦ୍ଧ ଦମ୍ପତି ନ୍ୟାୟ ଭିକ୍ଷା କରି ଶେଷରେ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ଯା ଉଦ୍ଯମ କରିଥିବା ଦେଖିବାକୁ ମିଳିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଥାନା ଆଗରେ ବୃଦ୍ଧ ଦମ୍ପତ୍ତିଙ୍କ ଆତ୍ମାହୁତି ଉଦ୍ୟମ
ଥାନା ଆଗରେ ବୃଦ୍ଧ ଦମ୍ପତ୍ତିଙ୍କ ଆତ୍ମାହୁତି ଉଦ୍ୟମ

ବାଲେଶ୍ବର: ବାଲିଆପାଳ ଥାନା ସମ୍ମୁଖରେ ବୃଦ୍ଧ ଦମ୍ପତି ନ୍ୟାୟ ଭିକ୍ଷା କରି ଶେଷରେ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ଯା ଉଦ୍ଯମ କରିଥିବା ଦେଖିବାକୁ ମିଳିଛି । ପ୍ରାପ୍ତ ଖବର ଅନୁସାରେ, ବାଲିଆପାଳ ଥାନା ରାଉତୁରା ଗ୍ରାମର ଗୌରାଙ୍ଗ ପାଣିଗ୍ରାହୀଙ୍କ ଜମିରେ ସେହି ଗ୍ରାମର ଅନନ୍ତ ଗିରି ଓ ଅର୍ଜୁନ ଗିରି ଜୋରଜବରଦସ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ କରୁଛନ୍ତି ।

ଥାନା ଆଗରେ ବୃଦ୍ଧ ଦମ୍ପତ୍ତିଙ୍କ ଆତ୍ମାହୁତି ଉଦ୍ୟମ

ଏହାକୁ ନେଇ ଗୌରାଙ୍ଗ ବାଲିଆପାଳ ତହସିଲଦାର ଓ ପୋଲିସ ପାଖରେ ଅଭିଯୋଗ କରିଥିଲେ । ଏହାସହ ଉକ୍ତ ଘଟଣାକୁ ନେଇ କୋର୍ଟରେ ରହିତାଦେଶ ଜାରି କରାଯାଇଥିଲେ ମଧ୍ଯ କୋର୍ଟଙ୍କ ଆଦେଶକୁ ଅବମାନନା କରି ସେମାନେ ଗୃହ ନିର୍ମାଣ କରୁଛନ୍ତି । ଏହାର ପ୍ରତିବାଦ କରିବାରୁ ବୃଦ୍ଧ ଦମ୍ପତ୍ତିଙ୍କୁ ପିଟାମରା କରିବା ସହ ଜୀବନରୁ ମାରି ଦେବାକୁ ସେମାନେ ଧମକ ଦେଉଥିବା ଅଭିଯୋଗ ହୋଇଛି । ବାରମ୍ବାର ନ୍ୟାୟ ପାଇଁ ଦୌଡ଼ିଦୌଡ଼ି ନୟାନ୍ତ ହେବାପରେ ଶେଷରେ ବୃଦ୍ଧ ଦମ୍ପତି ଏମିତି ନିଷ୍ପତ୍ତି ନେଇଥିବା ଜଣାପଡିଛି । ତେବେ ଆତ୍ମାହୁତି ଉଦ୍ୟମ ବେଳେ ପୋଲିସ ଦମ୍ପତ୍ତିଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରିବ ବୋଲି କହିଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details