ବାଲେଶ୍ଵର: ବଡ଼ଭାଇର ମରଣାନ୍ତକ ଆକ୍ରମଣରେ ସାନଭାଇର ମୃତ୍ୟୁ ଅଭିଯୋଗ। ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଧିନସ୍ଥ ବରଦା ପଞ୍ଚାୟତର ବିଷ୍ଣୁପୁର ଗାଁରେ ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି।
ବଡଭାଇର ଖଣ୍ଡା ଆକ୍ରମଣରେ ସାନଭାଇ ମୃତ - ବଡ ଭାଇର ଆକ୍ରମଣରେ ସାନ ଭାଇର ମୃତ୍ୟୁ
ବାଲେଶ୍ଵର ଜିଲ୍ଲାର ସିମୁଳିଆ ଥାନାର ବରଦା ପଞ୍ଚାୟତ ଅଧିନସ୍ଥ ବିଷ୍ଣୁପୁର ଗାଁରେ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ବଡ଼ ଭାଇର ଖଣ୍ଡା ଚୋଟରେ ସାନ ଭାଇର ମୃତ୍ୟୁ ହୋଇଛି ।
ସାନ ଭାଇକୁ ବଡ ଭାଇର ଆକ୍ରମଣ
ଏହାକୁ ନେଇ ବଡ଼ଭାଇ କୈଳାସ ଉତ୍ୟକ୍ତ ହୋଇ ସୁରେଶଙ୍କୁ ଏକ ଧାରୁଆ ଖଣ୍ଡାରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ସୁରେଶଙ୍କୁ ଭଦ୍ରକ ମେଡିକାଲ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏ ଘଟଣାରେ 3ଜଣଙ୍କୁ ଅଟକ ରଖିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Oct 15, 2019, 5:10 PM IST