ଓଡିଶା

odisha

ଉତ୍ତମ ଭବିଷ୍ୟତ ପାଇଁ 'ସମସ୍ତଙ୍କ ପାଇଁ ଶିକ୍ଷା' ଜରୁରୀ

By

Published : Oct 19, 2019, 11:29 PM IST

'ସମସ୍ତଙ୍କ ପାଇଁ ଶିକ୍ଷା' କାର୍ଯ୍ୟକ୍ରମ ସ୍ବାଗତ ଯୋଗ୍ୟ ପଦକ୍ଷେପ ହୋଇଥିବା ବେଳେ ଆଜିର ଭବିଷ୍ୟତ ଜାଣିବା ଉଚିତ୍ ଯେ ଶିକ୍ଷା ଦ୍ଵାରା ହିଁ ସମସ୍ତ ସମସ୍ୟାର ସମାଧାନ ହୋଇ ପାରିବ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଜିଲ୍ଲାର ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ବ୍ରିଟିଶ୍ ହଲ୍ ପରିସରରେ ଏକ ଘରୋଇ ଶିକ୍ଷାନୁଷ୍ଠାନ ପକ୍ଷରୁ 'ସମସ୍ତଙ୍କ ପାଇଁ ଶିକ୍ଷା' ନାମକ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ଏଥିରେ ଫକୀର ମୋହନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ମଧୁମିତା ଦାସ, ଫକୀର ମୋହନ ସ୍ବୟଂ ଶାସିତ ମହା ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀମୟ ଦାସ ଅଧିକାରୀ, ଫକୀର ମୋହନ ଜୁନିୟର କଲେଜ ଅଧ୍ୟକ୍ଷା ମିନତୀ ସେଠି ପ୍ରମୁଖ ଯୋଗ ଦେଇଥିଲେ।

'ସମସ୍ତଙ୍କ ପାଇଁ ଶିକ୍ଷା' କାର୍ଯ୍ୟକ୍ରମ ବହୁତ ସମୟ ଓ ସ୍ବାଗତ ଉପଯୋଗୀ ହୋଇଥିବା ବେଳେ ଆଜିର ଭବିଷ୍ୟତ ଜାଣିବା ଉଚିତ୍ ଯେ ଶିକ୍ଷା ଦ୍ଵାରା ହିଁ ସମସ୍ତ ସମସ୍ୟାର ସମାଧାନ ହୋଇ ପାରିବ । ଏହାସହ ସବୁ ବାଧା ବିଘ୍ନ ସତ୍ତ୍ଵେ ଶିକ୍ଷା ସମସ୍ତଙ୍କ ନିକଟରେ ପହଞ୍ଚିବା ପାଇଁ ନିରନ୍ତର ପ୍ରକ୍ରିୟାର ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details