ନୂଆଦିଲ୍ଲୀ: ବାଲେଶ୍ବର ଜିଲ୍ଲା ନୀଳଗିରିରେ ସାମ୍ବାଦିଙ୍କ ପ୍ରତି ଅମାନବୀୟ ବ୍ୟବହାରକୁ ଏଡିଟର୍ସ୍ ଗିଲ୍ଡ ଅଫ୍ ଇଣ୍ଡିଆ(Editors Guild of India) ପକ୍ଷରୁ ନିନ୍ଦା କରାଯାଇଛି । ଗତକାଲି ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିଙ୍କୁ ଗିରଫ କରି ତାଙ୍କ ଚିକିତ୍ସା ବେଳେ ଗୋଡ଼ରେ ବେଡ଼ି ପକାଇଥିଲା ନୀଳଗିରି ପୋଲିସ । ଏହାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ବର୍ତ୍ତମାନ ଏଡିଟର୍ସ୍ ଗିଲ୍ଡ ଅଫ୍ ଇଣ୍ଡିଆ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ମନ୍ତ୍ରାଳୟକୁ ନିବେଦନ କରିଛି ।
ଏଡିଟର୍ସ୍ ଗିଲ୍ଡ ଅଫ୍ ଇଣ୍ଡିଆ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି ଯେ, "ଏପ୍ରିଲ ୭ ତାରିଖରେ ବାଲେଶ୍ବର ଜିଲ୍ଲରେ ଏକ ହସ୍ପିଟାଲରେ ଜଣେ ସାମ୍ବାଦିକଙ୍କୁ ଗୋଡ଼ରେ ବେଡ଼ି ପକାଯାଇଥିବା ଦେଖିବାକୁ ମିଳିଛି । ପୋଲିସ ପ୍ରତି ଦୁର୍ବବ୍ୟହାର ମାମଲାରେ ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ପୋଲିସ ଗିରଫ କରିଥଲା ପୋଲିସ। ପୋଲିସର ନୀତି ଓ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତିକୁ ନେଇ ଖବର ସଂଗ୍ରହ କରି ଆସୁଥିଲେ ଲୋକନାଥ । ଏଥିରେ ପ୍ରତିହିଂସା ପରାୟଣ ହୋଇ ପୋଲିସ ତାଙ୍କ ପ୍ରତି ଅମାନବୀୟ ବ୍ୟବହାର କରିଥିବା ମନେ ହେଉଛି । ଏ ଦିଗକୁ ଗୁରୁତର ସହ ନେଇ ଗୃହ ମନ୍ତ୍ରାଳୟ କଡ଼ା ପଦକ୍ଷେପ ନେବା ଆବଶ୍ୟକ ।"