ଓଡିଶା

odisha

ETV Bharat / state

ନକଲି ମଦ କାରଖାନା ଠାବ, ମାମୁଁ ଭଣଜା ଗିରଫ - Duplicate liquor shop seized in balesore

ବାଲେଶ୍ଵର ଜିଲ୍ଲା ସାହୁଖର୍ଦ୍ଦା ଗାଁରେ ନକଲି ମଦ କାରଖାନା ଠାବ । ଘଟଣାସ୍ଥଳରୁ 130 ବୋତଲ ବିଦେଶୀ ମଦ ଜବତ । ଅଧିକ ପଢନ୍ତୁ....

ନକଲି ମଦ କାରଖାନା ଠାବ
ନକଲି ମଦ କାରଖାନା ଠାବ

By

Published : Jan 31, 2020, 12:02 AM IST

ବାଲେଶ୍ବର: ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ସାହୁଖର୍ଦ୍ଦା ଗାଁରେ ନକଲି ମଦ କାରଖାନା ଠାବ ହୋଇଛି । କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ କାରଖାନା ଉପରେ ଚଢାଉ କରି 130 ବୋତଲ ବିଦେଶୀ ମଦ, 50 ଲିଟର ସ୍ପିରିଟ, 500 ଠିପି, 1 ଲିଟର କାରାମେଲ ଜବତ କରିବା ସହ 2 ଜଣକୁ ଗିରଫ କରିଛି।

ନକଲି ମଦ କାରଖାନା ଠାବ

ଗିରଫ ଅଭିଯୁକ୍ତ ସୁରେଶ କୁମାର ମହାନ୍ତି ଓ ତାଙ୍କ ଭଣଜା ଅଜିତ କୁମାର ମହାନ୍ତି ବୋଲି ଜଣାପଡିଛି। ତେବେ ଜିଲ୍ଲା ଅବକାରୀ ବିଭାଗର ନକଲି ମଦ କାରଖାନା ଉପରେ କେମିତି ଦୃଷ୍ଟି ପଡୁନି ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details